Below header

ସାରାଦେଶ ପାଇଁ ଅକ୍ସିଜେନ୍‌ ପାଲଟିଛି ଓଡ଼ିଶା, ୭ ରାଜ୍ୟକୁ ପଠାଯାଇଛି ଅମ୍ଳଜାନ ଟ୍ୟାଙ୍କର

ଭୁବନେଶ୍ୱର(କେ.ନ୍ୟୁଜ): ସାରାଦେଶ ପାଇଁ ଅକ୍ସିଜେନ୍‌ ପାଲଟିଛି ଓଡ଼ିଶା । ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ବାକି ରାଜ୍ୟ ପାଇଁ ଓଡ଼ିଶା ଯୋଗାଉଛି ସଞ୍ଜୀବନୀ । ଗୁରୁବାର ରାତିରୁ ଆଜି ପର୍ଯ୍ୟନ୍ତ ୪୯ଟି ଅକ୍ସିଜେନ୍‌ ଟ୍ୟାଙ୍କର ଓ କଣ୍ଟେନର ଯୋଗେ ୮୬୯ ମେଟ୍ରିକ ଟନ ଅକ୍ସିଜେନ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁର ଠାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏହି ଅକ୍ସିଜେନ ଯୋଗାଣ କରାଯାଉଛି । ଏହି ଅକ୍ସିଜେନ ଟ୍ୟାଙ୍କରଗୁଡିକ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ପଠାଯାଇଛି । ବିଶାଖାପାଟଣା, ପୁନେ, ଇନ୍ଦୋର, ହାଇଦ୍ରାବାଦ, ନାଗପୁର ଓ ମୁମ୍ବାଇ ଭଳି ସହରକୁ ପଠାଯାଇଛି । ଅକ୍ସିଜେନ ଯୋଗାଣକୁ ବାଧାମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇଛି । କ୍ରାଇମବ୍ରାଞ୍ଚ ଏ.ଡି.ଜି ଯଶୋବନ୍ତ ଜେଠଓ୍ଵା ଏହି ସେଲର ନୋଡାଲ ଅଫିସର। ଅକ୍ସିଜେନ ଟ୍ୟାଙ୍କର ଯାଉଥିବା ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଜିଲ୍ଲା ଗୁଡ଼ିକର ଏସ.ପି, ଡିସିପି, ରେଞ୍ଜ ଆଇ.ଜି ଓ ଡିଆଜିଙ୍କୁ ଦାୟିତ୍ୱ ଦିଆଯାଇଛି। ଗ୍ରୀନ କରିଡର ଯୋଗେ ଅକ୍ସିଜେନ ବିତରଣ କାର୍ଯ୍ୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.