Below header

ରାଉରକେଲା: ତିଆରି ହେଲା ୧୧ କିଲୋମିଟର ଲମ୍ବର ବିଶାଳକାୟ ଜାତୀୟ ପତାକା, ବିଶ୍ବ ରେକର୍ଡ ପାଇଁ ଆବେଦନ

ଆଉ ତିନି ଦିନ ପରେ ଦେଶ ପାଳିବ ୭୩ ତମ ସ୍ୱାଧୀନତା ଦିବସ । ଏଥିପାଇଁ ସବୁଠି ଉତ୍ସାହ । ରେ ପ୍ରସ୍ତୁତ ହୋଇଛି ସବୁଠି ବଡ଼ ଜାତୀୟ ପତାକା । ଦୀର୍ଘ ୧୧ କିଲୋମିଟର ଲମ୍ବର ତ୍ରିରଙ୍ଗାକୁ ପ୍ରସ୍ତୁତ କରିଛନ୍ତି ସ୍ମାଇଲ୍‌ ଫର୍‌ ଏଭର ଫାଉଣ୍ଡେସନ୍‌ । ଅଗଷ୍ଟ ୧୫ ତାରିଖରେ ଏହି ବିଶାଳକାୟ ଜାତୀୟ ପତାକାକୁ ବିଶ୍ରା ଛକରୁ ସେକ୍ଟର-୧୪ ଯାଏ ପ୍ରଦର୍ଶିତ କରାଯିବ । ଏଥିସହ ସହରବାସୀ ତ୍ରିରଙ୍ଗା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗିତ ଗାନ କରିବେ ।

indian falg large

ଏଭଳି ବିରାଟ ଆୟୋଜନ ନେଇ ରେକର୍ଡ ପାଇଁ ସ୍ମାଇଲ୍‌ ଫର୍‌ ଏଭର ଫାଉଣ୍ଡେସନ୍‌ ପକ୍ଷରୁ ପ୍ରୟାସ କରାଯାଇଛି । ୩୦ ହଜାର ମିଟର କପଡ଼ାରେ ଦୀର୍ଘ ୨ ମାସ ଧରି ବିଶାଳକାୟ ତ୍ରିରଙ୍ଗା ପତାକାକୁ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୧ ଲକ୍ଷ ଟଙ୍କା । ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ, ଲିମକା ବୁକ୍‌, ଏସିଆ ବୁକ୍‌ ଏବଂ ଇଣ୍ଡିଆ ବୁକ୍‌ରେ ସ୍ଥାନିତ କରିବାକୁ ଆବେଦନ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ପାଇଁ ଚର୍ଚ୍ଚାରେ ଥିବା ରାଉରକେଲା ଏଥର ତ୍ରିରଙ୍ଗା ପତାକାକୁ ନେଇ ନୂଆ ରେକର୍ଡ କରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.