ନିମାପଡ଼ା : ଘର ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଗୋପ (କେ ନ୍ୟୁଜ୍‌) : ବନ୍ଦ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ । ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ଗ୍ରାମରୁ ଆଜି ପୋଲିସ୍‌ ଝୁଲନ୍ତା ଅବସ୍ଥାରେ ଏହି ଦୁଇଟି ମୃତଦେହ ଉଦ୍ଧାର କରିଛି । କିଛି ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । କାରଣ ସେମାନଙ୍କ ଶବ ପଚିସଢ଼ି ଯାଇଛି । ମୃତକ ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ତାଙ୍କ ପତ୍ନୀ । ଗତ କିଛି ଦିନ ହେବ ଘରେ କେବଳ ଏହି ସ୍ୱାମୀ ସ୍ତ୍ରୀ ହିଁ ଥିଲେ । ବିଶ୍ୱଜିତଙ୍କ ବାପା ମା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ । ସେମାନେ ଫେରିବା ପରେ ଭିତରୁ କବାଟ ବନ୍ଦ ଥିବାର ଦେଖିଲେ । ଘର ଭିତରୁ ପଚା ଗନ୍ଧ ହେଉଥିବାରୁ କବାଟ ଭାଙ୍ଗିବା ପରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।ଖବର ପାଇ ପୋଲିସ୍‌ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରୁଛି ।

GOP

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.