ପ୍ରଭାସ ଓ ଶ୍ରଦ୍ଧାଙ୍କ ଧାଂସୁ ଆକ୍ସନ, ୧ କୋଟି ଭ୍ୟୁରେ ଟ୍ରେଣ୍ଡ କରୁଛି ‘ସାହୋ’ ଟ୍ରେଲର

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମୋଷ୍ଟ ଆେଓ୍ଵଟେଡ୍‌ ଫିଲ୍ମ ‘ସାହୋ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଅଗଷ୍ଟ ୧୦ରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ୧ କୋଟି ୪୯ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ୟୁଟ୍ୟୁବରେ ‘ସାହୋ’ର ଟ୍ରେଲର ଟ୍ରେଣ୍ଡ କରୁଛି। ଏଥିରେ ହିରୋ, ହିରୋଇନଙ୍କ ଲଭଷ୍ଟୋରୀ ସାଙ୍ଗକୁ ଆକ୍ସନ ଏବଂ ଷ୍ଟଣ୍ଟ ମଧ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ‘ବାହୁବଲି’ ପରେ ପ୍ରଭାସ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି।
କହି ରଖୁଛୁ ଯେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଫିଲ୍ମ ରିଲିଜ୍‌ ତାରିଖକୁ ପରିବର୍ତ୍ତନ କରି ଦିଆଯାଇଛି। ପ୍ରଥମେ ଏହା ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବାର ଥିଲା, ବର୍ତ୍ତମାନ ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଯାଉଛି। ଆକ୍ସନ ଓ ଥ୍ରୀଲରରେ ଭରପୂର ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଏବେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ପିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସୁଟିଙ୍ଗ୍‌ କରାଯାଇଛି। ଏହା ଏକ ଆକ୍ସନ-ଥ୍ରୀଲର ଫିଲ୍ମ, ଯାହାକୁ ଟି-ସିରିଜ୍‌ ପ୍ରସ୍ତୁତ କରିଛି।