Below header

କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଶ ସୁରକ୍ଷାରେ ଓଡିଆ ଆଇ.ପି.ଏସ

କଶ୍ମୀରରୁ ଆରମ୍ଭ କରି କନ୍ୟାକୁମାରୀ, ଆଇନଶୃଙ୍ଖଳା ରକ୍ଷା କିମ୍ବା ବିପର୍ଯ୍ୟୟ ମୁକାବିଲା କଥା ଆସିଲେ, ଓଡ଼ିଆ ଆପିଏସ୍‌ ଅଧିକାରୀଙ୍କ ନାଁ ଆଗକୁ ଆସୁଛି। ସେମାନଙ୍କ ମଧ୍ୟରୁ  ସ୍ୱଂୟ ପ୍ରକାଶ ପାଣି, ୨୦୦୦ ମସିହା ବ୍ୟାଚ୍‌ ଆଇପିଏସ୍‌।

swoyam praksj paniକଶ୍ମୀରରେ ଆଇନଶୃଙ୍ଖଳାର ପ୍ରମୁଖ ଚେହେରା। ଧାରା ୩୭୦ ଉଚ୍ଛେଦ ପରେ, ସମସ୍ତଙ୍କ ଫୋକସରେ ଏହି ଅଂଚଳ। ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ କଶ୍ମୀର ଆଇଜି ସ୍ୱଂୟ ପ୍ରକାଶ ପାଣିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସପ୍ତାହେରୁ ଅଧିକ ସମୟ ହେଲା ଅଂଚଳରେ ବହୁ କଟକଣା ଲାଗିଛି।

satyanarayan

୧୯୮୮ ବ୍ୟାଚ୍‌ ଆଇପିଏସ୍‌, ସତ୍ୟନାରାୟଣ ପ୍ରଧାନ। ବିପର୍ଯ୍ୟୟ ସମୟରେ ସମସ୍ତଙ୍କ ସାହାଭରସା। ଦେଶରେ ବିଭିନ୍ନ ସ୍ଥାନରେ ଏବେ ବନ୍ୟା ସ୍ଥିତି। ଉତ୍ତରରୁ ଆରମ୍ଭ କରି ଦକ୍ଷିଣ, ପୂର୍ବରୁ ଆରମ୍ଭ କରି ପଶ୍ଚିମ ଅନେକ ରାଜ୍ୟରେ ବର୍ଷାର ବିତ୍ପାତ। ଏ ସବୁ ସ୍ଥାନରେ ଉଦ୍ଧାର କାମରେ ଲାଗିଛନ୍ତି ଏନ୍‌ଡିଆରଏଫ ଟିମ୍‌। ବର୍ତ୍ତମାନ ଏନ୍‌ଡିଆରଏଫ ଡିଜି ଅଛନ୍ତି ସତ୍ୟ ନାରାୟଣ ପ୍ରଧାନ। ରାଜ୍ୟରେ ଫନି ସମୟରେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏନ୍‌ଡିଆରଏଫ୍‌।loknath_behera_new_dgp୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଲୋକନାଥ ବେହେରା। ବର୍ତ୍ତମାନ କେଳର ଡିଜିପି। କେଳର ପୁଣି ଏକ ବଡ଼ ବନ୍ୟା ବର୍ଷକ ଭିତରେ ଦ୍ୱିତୀୟ ବଡ଼ ବନ୍ୟା ରାଜ୍ୟର ଦୁର୍ଦ୍ଦଶା ବଢାଇ ଦେଇଛି। ପ୍ରାୟ ୬୦ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ କେରଳ ପୋଲିସର ଦାୟିତ୍ୱ ବହୁ ପରିମାଣରେ ବଢିଛି। କେବଳ ବନ୍ୟା ନୁହଁ, ସାବରିମାଲା ପ୍ରସଙ୍ଗରେ ସୃଷ୍ଟି ଅଶାନ୍ତିର ମୁକାବିଲା କରିବାରେ ଲୋକନାଥଙ୍କ ପଦକ୍ଷେପ ପ୍ରଶଂସନୀୟ ଥିଲା।

amulya pattanik

 

ଦେଶର ପ୍ରାଣକେନ୍ଦ୍ର ରାଜଧାନୀ ଦିଲ୍ଲୀ। ଏହାର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ଓଡ଼ିଆ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କ ହାତରେ। ୧୯୮୫ ବ୍ୟାଚ୍‌ରେ ଅମୂଲ୍ୟ ୨୦୧୭ରୁ ଦିଲ୍ଲୀ ପୋଲିସ କମିଶନର ଦାୟିତ୍ୱରେ ଅଛନ୍ତି।

jalad tripathyତାମିଲନାଡୁର ପୋଲିସ ଡିଜି ଜଳଦ କେ. ତ୍ରିପାଠୀ। ୧୯୮୫ ବ୍ୟାଚ୍‌ର ଜେ.କେ.ତ୍ରିପାଠୀ ଜୁନ୍‌ ମାସରୁ ରାଜ୍ୟର ଡିଜିପି ଦାୟିତ୍ୱ ସମ୍ଭାଳୁଛନ୍ତି। ବିଟ୍‌ ଅଫିସର୍ସ ସିଷ୍ଟମ୍‌, ସ୍ଲମ୍‌ ଆଡପ୍‌ସନ ପ୍ରୋଗ୍ରାମ୍‌, କମ୍ପ୍ଲେଣ୍ଟ ବକ୍ସ ସିଷ୍ଟମ ଆଦି ଅଭିଯାନକୁ ନେଇ ସେ ବେଶ ଲୋକପ୍ରିୟ। ତେଣୁ ୨୦୦୮ରେ ସାଧାରଣ ପ୍ରଶାସନରେ ଉତ୍କର୍ଷ ସେବା ଲାଗି ତାଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ସମ୍ମାନ। ଦେଶର ବର୍ତ୍ତମାନ ଯେଉଁ ପରିସ୍ଥିତି ରହିଛି, ତାର ସମ୍ମୁଖିନ ହେବାରେ ଏହି ୫ ଓଡ଼ିଆ ଅଧିକାରୀ ଏବେ ଦେଶର ଚର୍ଚ୍ଚିତ ଚେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.