ପ୍ରଥମ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ୩୦ଟି ଫିଲ୍ମ ସାଇନ୍ କରି ସାରିଥିଲେ ସୁନୀଲ୍ ସେଟ୍ଟୀ, ଜାଣନ୍ତୁ ମଜାଦାର କଥା
୯୦ ଦଶକର ସୁପରହିଟ୍ ନାୟକ ସୁନୀଲ୍ ସେଟ୍ଟୀ । ସେ ସମୟରେ ନିଜ ଫିଜିକ୍ ପାଇଁ ବେଶ୍ ଲୋପ୍ରିୟ ଥିଲେ ଆନ୍ନା । ବଲିଡଉରେ ନିଜର ଡେବ୍ୟୁ ପୂର୍ବରୁ ବଡି ତିଆରି କରିବା ପାଇଁ ଅନେକ ପରିଶ୍ରମ କରିଥିଲେ । ଯାହାର ଲାଭ ତାଙ୍କୁ ବକ୍ସ ଅଫିସରେ ମିଳିଥିଲା । କର୍ଣ୍ଣାଟକରେ ଜନ୍ମିତ ସୁନୀଲ୍ ସେଟ୍ଟୀ ନା କେବଳ ଜଣେ ଭଲ ଅଭିନେତା ବରଂ ଜଣେ ସଫଳ ବ୍ୟବସାୟୀ ମଧ୍ୟ ।
ଗୋଟିଏ ଫଟୋସୁଟରୁ ହିଁ ତାଙ୍କୁ ପ୍ରଥମ ଫିଲ୍ମ ‘ବଲବାନ୍’ର ଅଫର ମିଳିଥିଲା । ତେବେ ସେ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ପରେ ଦିବ୍ୟା ଭାରତୀ ତାଙ୍କ ନାୟିକା ସାଜିଥିଲେ । ବଲବାନରେ ସୁନୀଲ୍ ସେଟ୍ଟୀ ସର୍ବପ୍ରଥମେ ନିଜର ବଡି ଦେଖାଇଥିଲେ । ଏହା ପରେ ଲୋକମାନେ ତାଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ । ବଲବାନ୍ ପରେ ସୁନୀଲଙ୍କ ଦ୍ୱିତୀୟ ଫିଲ୍ମ ଥିଲା ଓ୍ଵକ୍ତ ହମାରା ହୈ । ତେବେ ବଲବାନ୍ ପୂର୍ବରୁ ସୁନୀଲଙ୍କୁ ଓ୍ଵକ୍ତ ହମାରା ହୈ ଫିଲ୍ମ ମିଳିଥିଲା । ରିପୋର୍ଟ ଅନୁସାରେ ଏହି ଫିଲ୍ମ ପରେ ସେ ପ୍ରାୟ ୩୦ଟି ଫିଲ୍ମ ସାଇନ୍ କରିଥିଲେ । ଯେଉଁଥରେ ବଲବାନ୍ ମଧ୍ୟ ଥିଲା । କିନ୍ତୁ ସର୍ବପ୍ରଥମେ ବଲବାନ୍ ପ୍ରସ୍ତୁତ ହୋଇ ରିଲିଜ୍ ହୋଇଥିଲା ।
ତେବେ ବଲିଉଡକୁ ଆସିବା ପୂର୍ବରୁ ହିଁ ବିବାହ କରି ସାରିଥିଲେ ସୁନୀଲ୍ । ଏକ ପାର୍ଟିରେ ସେ ମାନାଙ୍କୁ ଦେଖିଥିଲେ । ଏହା ପରେ ୯ ବର୍ଷ ଯାଏ ଡେଟ୍ କରିବା ପରେ ମାନାଙ୍କ ହାତ ଧରିଥିଲେ ସୁନୀଲ୍ ।