ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍‌ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି

ଦେଶରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏହିଦିନ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଲାଲ୍‌ କିଲ୍ଲାର ୩ କିମି ଦୂରତା ମଧ୍ୟରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସି ଆଶଙ୍କା ପ୍ରକାଶ କରିଛି। ଏହାକୁ ଗୁରୁତ୍ୱର ସହ ନେଇ ଦେଶର ସମସ୍ତ ବିମାନବନ୍ଦରରେ ଆଲର୍ଟ ଜାରି କରାଯାଇଛି।

ସିଭିଲ୍‌ ଏଭିଏଶନ ସିକ୍ୟୁରିଟି ବ୍ୟୁରୋ ସମସ୍ତ ରାଜ୍ୟ ପୋଲିସ ପ୍ରମୁଖଙ୍କୁ ଚିଠି ଲେଖି ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି। ବିମାନବନ୍ଦର, ରନେଓ୍ଵ, ଏୟାର୍‌ ଷ୍ଟ୍ରିପ୍‌, ଏୟାର ଫୋର୍ସ ଷ୍ଟେଶନ, ହେଲିପ୍ୟାଡ୍‌, ଫ୍ଲାଇଂ ସ୍କୁଲ ଏବଂ ଫ୍ଲାଇଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଉପରେ ସୁରକ୍ଷା ବଢ଼ାଇବାକୁ କୁହାଯାଇଛି। ବିମାନବନ୍ଦର ଯିବା ରାସ୍ତାରେ ପଡ଼ୁଥିବା ଚେକ୍‌ ଗେଟରେ ମଧ୍ୟ ପାଟ୍ରୋଲିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

ଏହାସହ ପଢ଼ନ୍ତୁ: ସାବାସ୍ : ହନୁମାନଙ୍କ ପରି ଦୁଇ କାନ୍ଧରେ ପିଲାଙ୍କୁ ବସାଇ ବନ୍ୟା ପାଣିରୁ ରକ୍ଷା କଲେ ଏହି ପୋଲିସ ବାବୁ

ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ବିମାନବନ୍ଦର ଆଡ଼ୁକୁ ଆସୁଥିବା ଗାଡ଼ିଗୁଡ଼ିକରେ ବିସ୍ଫୋରକ ରହିଥାଇ ପାରେ, ଯାହାକୁ ଆକ୍ରମଣ ପାଇଁ ବ୍ୟବହାର କରାଯାଇପାରେ। ତେଣୁ ଗାଡ଼ିର ସମସ୍ତ ପାର୍ଟକୁ ଚେକିଂ କରାଯାଉ। ଏପରି କି, ଏୟାର ଆମ୍ବୁଲାନ୍ସ ଉଡ଼ିବା ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି। ଏହି ସମୟରେ ବିମାନବନ୍ଦରରେ ଯାତ୍ରୀମାନଙ୍କ ପ୍ରବେଶକୁ ରଦ୍ଦ କରାଯାଇଛି। ଯାତ୍ରୀ ଟିକେଟ ବିକ୍ରି ଉପରେ ଅଗଷ୍ଟ ୧୦ରୁ ୨୦ ପଯ୍ୟର୍ନ୍ତ ପୂର୍ବରୁ ହିଁ ରୋକ ଲଗାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.