ଗଛରେ ଝୁଲିଥିବା ଅବସ୍ଥାରେ ଶିକାରକୁ ଗିଳିଦେଲା ସାପ, ଦେଖନ୍ତୁ ଭିଡିଓ

ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ ରହିଥାନ୍ତି। ବିଭିନ୍ନ ପ୍ରକାରର ବିଷଧର ଜନ୍ତୁ ରହିଥାନ୍ତି। ଏମାନଙ୍କ ମଧ୍ୟରୁ ସାପ ଅନ୍ୟତମ। ସାପ ଏମିତି ଏକ ଜୀବ, ଯାହା ଭୂମିରେ ଘୋଷାଡି ଘୋଷାଡି ଚାଲିଥାଏ। କିନ୍ତୁ ମଣିଷ ଏହା ଆଗରେ ପଡିଗଲେ ମଣିଷର ହାତଗୋଡ ଥରିଯାଏ। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏମିତି କିଛି ଭିଡିଓ ରହିଛି, ଯାହାକୁ ଦେଖି ପ୍ରଶଂସା କରନ୍ତି ଅନେକ ଲୋକ।

ଏମିତି ଏକ ଭିଡିଓ ଏବେ ଭାଇରଲ ହୋଇଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଭିଡିଓରେ ସାପ ଗଛରେ ଓହଳି ନିଜ ଶିକାରକୁ ଖାଉଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଆପଣ ନିଶ୍ଚିତ ଡରିଯିବେ।

 

View this post on Instagram

 

A post shared by Ariana (@snakemasterexotics)

ଭାଇରଲ ହେଉଥିବା ଭିଡିଓରେ ଏକ ନୀଳ ରଙ୍ଗର ସାପ ଗଛରେ ଝୁଲି ନିଜ ଶିକାରକୁ ଗିଳୁଥିବା ନଜର ଆସିଛି। ଦେଖୁ ଦେଖୁ ସାପ ନିଜ ଶିକାରକୁ ପୁରା ଗିଳିଦେଉଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ snakemasterexotics ନାମ ଆକାଉଣ୍ଟରେ ସେୟାର କରାଯାଇଛି। କିଛି ଘଣ୍ଟା ଭିତରେ ଏହି ଭିଡିଓକୁ ହଜାର ହଜାର ଲୋକ ଲାଇକ କରି କମେଣ୍ଟ ଦେଉଛନ୍ତି। ଏହି ଆକାଉଣ୍ଟକୁ ଏରିୟାନା ନାମକ ୭ ବର୍ଷର ଝିଅ ହ୍ୟାଣ୍ଡେଲ କରୁଛି। ଏହି ଆକାଉଣ୍ଟରେ ସାପର ବିଭିନ୍ନ ପ୍ରକାର ଭିଡିଓ ସେୟାର ହୋଇଥାଏ।

 

View this post on Instagram

 

A post shared by Ariana (@snakemasterexotics)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.