Below header

ଏକାଠି ପଡୁଛି ସୂର୍ଯ୍ୟପରାଗ ଏବଂ ଶନି ଅମାବାସ୍ୟା, ସଙ୍କଟରୁ ବଞ୍ଚିବେ କେମିତି ଜାଣନ୍ତୁ

ଡିସେମ୍ବର ୪ ତାରିଖରେ ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହିଦିନ ଶନି ଅମାବାସ୍ୟା ମଧ୍ୟ ପଡୁଛି। ତେଣୁ ଏହି ଖାସ୍‌ ଦିନ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି। ସମସ୍ତ ଅମାବାସ୍ୟାରେ ଶନି ଅମାବାସ୍ୟାର ବେଶ ମହତ୍ତ୍ୱ ରହିଛି। ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଲାଗୁଥିବା ଏହି ସୂର୍ଯ୍ୟପରାଗର ବିଶେଷ ମହତ୍ତ୍ୱ ରହିଛି। ଭାରତରେ ଏହି ସୂର୍ଯ୍ୟପରାଗ ନଜର ଆସିବ ନାହିଁ। ତେଣୁ କୌଣସି ପ୍ରକାର ପୂଜା ବନ୍ଦ ହେବ ନାହିଁ। ସବୁକିଛି ସେମିତି ଚାଲିବ।

ଶନି ଅମାବାସ୍ୟାର ସମୟ:

ମାର୍ଗଶୀର କୃଷ୍ଣ ଅମାବାସ୍ୟାର ଆରମ୍ଭ ଡିସେମ୍ବର ୩ ତାରିଖ ୪.୫୫ ସନ୍ଧ୍ୟାରୁ ଆରମ୍ଭ ହେଉଥିବା ବେଳେ ଶେଷ ଡିସେମ୍ବର ୪ ତାରିଖ ଅପରାହ୍ନ ୧.୨୨ ମିନିଟ ପର୍ଯ୍ୟନ୍ତ ରହିବ।

ସୂର୍ଯ୍ୟପରାଗ ସମୟ:

ସୂର୍ଯ୍ୟପରାଗର ସମୟ ଡିସେମ୍ବର ୪ ତାରିଖ ସକାଳ ୧୦ଟା ୫୯ରୁ ଆରମ୍ଭ ହୋଇ ଦିନ ୩ଟା ୭ ମିନିଟ ପର୍ଯ୍ୟନ୍ତ ରହିବ।

ସଙ୍କଟରୁ ବଞ୍ଚିବା ପାଇଁ କ’ଣ କରିବେ :

ସୂର୍ଯ୍ୟପରାଗ ଏବଂ ଶନି ଅମାବାସ୍ୟାର ସମୟ ପାଖାପାଖି ଏକା ସମୟରେ ପଡୁଛି। ତେଣୁ ସୂର୍ଯ୍ୟପରାଗ ସହିତ ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ କିଛି କାମ କରିବାକୁ ପଡିବ। ତେବେ କ’ଣ ଜାଣନ୍ତୁ :

– ଏହି ଦିନ ପଞ୍ଚାମୃତ ସ୍ନାନ, ରାଶି ତେଲରେ ଶନି ଦେବଙ୍କ ଅଭିଷେକ କରିବା ସହିତ ଶନି ଚାଳିଶା ପାଠ କରନ୍ତୁ।

– ଗୋଟେ ଦିନରେ ସୂର୍ଯ୍ୟପରାଗ ଏବଂ ଶନି ଅମାବାସ୍ୟା ରହିଥିବା ଯୋଗୁଁ ଦାନ କରିବା ବହୁତ ଶୁଭ ହୋଇଥାଏ।

– ଏହି ଦିନ ତେଲ, ଜୋତା ଚପଲ, କାଠର ବେଡ, ଛତା, କଳା କପଡା, ହରଡ ଡାଲି ଦାନ କରିବା ଦ୍ୱାରା କୁଣ୍ଡଳୀରେ ଥିବା ଶନିଦୋଷ ଶେଷ ହୁଏ।

Shani Pooja

– ଗ୍ରହଣ ସମାପ୍ତ ହେବା ପରେ ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

– ପରାଗ ଶେଷ ହେବା ପରେ ପୁଣି ଥରେ ସ୍ନାନ କରନ୍ତୁ।

– ଗ୍ରହଣ କିମ୍ବା ପରାଗ ଥିବା ସମୟରେ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.