Below header

୪୫ ଏଚଆଇଭି ପଜିଟିଭ୍ ଛୁଆଙ୍କ ବାପା ହେଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ମାନବୀୟତାର ବିଶାଳ ପରିଚୟ

ତାମିଲନାଡୁ: ତାମିଲନାଡୁର ଚେନ୍ନାଇର ନିବାସୀ ସୋଲେମନ୍ ରାଜ୍ ୪୫ ଜଣ ଏଚଆଇଭି ପଜିଟିଭ୍ ଛୁଆଙ୍କୁ ନିଜର କରି ମାନବୀୟତାର ପରିଚୟ ଦେବା ସହିତ ଦୁନିଆରେ ଆଜିବି ଭଲ ଲୋକ ରହିଥିବା ନେଇ ପ୍ରମାଣ ଦେଇଛନ୍ତି । ଯେଉଁ ଛୁଆଙ୍କୁ ସେ ନିଜର କରିଛନ୍ତି ସେହି ଛୁଆଙ୍କ ପରିବାରେ ଲୋକେ ସେମାନଙ୍କୁ ପର କରିଦେଇଛନ୍ତି । ଏହି ସମସ୍ତ ଛୁଆମାନେ ସେଲଟର୍ ଟ୍ରଷ୍ଟରେ ରହିବା ସହିତ ସୋଲେମାନଙ୍କୁ ଅପ୍ପା(ବାପା)ବୋଲି ସମ୍ବୋଧନ କରି ଡାକିଥାନ୍ତି ।

soleman rajସେଲଟର୍ ହୋମରେ ଏହି ଛୁଆମାନଙ୍କୁ ଉଚିତ୍ ଶିକ୍ଷା,ସ୍ବାସ୍ଥ୍ୟ,କ୍ରାଫ୍ଟ ପ୍ରଶିକ୍ଷଣ,କଳା,ଡ୍ୟାନ୍ସ, ଏବଂ କମ୍ପ୍ୟୁଟର ଶିକ୍ଷା ଆଦି ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି । ସୋଲେମାନ୍ କହିଛନ୍ତି କି, ଏହି ସବୁ ଛୁଆ ଆଉ କାହାର ଦୋଷର ଦୋଷୀ ଅଟନ୍ତି । ମୁଁ ୪୫ ଛୁଆଙ୍କ ଅପ୍ପା ବନିସାରିଲିଣି । ଏହି ସବୁ ଛୁଆଙ୍କର ଆଶାକୁ ପୁରା କହିବା ମୋର ଦାୟିତ୍ବ ଅଟେ । ବହୁତ ଛୁଆ ୯ମ ଏବଂ ୧୧ତମ ଶ୍ରେଣୀରେ ପାଠ ପଢୁଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୭ଜଣ ବିଭିନ୍ନ ବିଭାଗରେ ଯୁକ୍ତ ୩ର ପାଠ ପଢୁଛନ୍ତି ।

hiv-positiveଏହା ବ୍ୟତିତ ସେ କହିଛନ୍ତି କି, ସେ ଏଚଆଇଭି ପଜିଟିଭ୍ ଛୁଆଙ୍କ ସାହାର୍ଯ୍ୟ କରିବାର ପ୍ରେରଣା ଏଥିପାଇଁ ପାଇଲେ କାହିଁକିନା ବିବାହର ଆଠ ବର୍ଷ ପରେ ବି ତାଙ୍କର କୌଣସି ପିଲା ଛୁଆ ହୋଇନଥିଲା । ଯାହାଫଳରେ ସେ ଏଚଆଇଭି ପଜିଟିଭ୍ ଛୁଆଙ୍କୁ ପୋଷ୍ଯ(ଆଡପ୍ଟ) କରିବାକୁ ଚାହୁଁଥିଲେ । ସେ କହିଛନ୍ତି କି, ‘ଯେବେ ମୁଁ ଗୋଟେ ଛୁଆକୁ ପୋଷ୍ଯ କରିବାକୁ ଚାହିଁଲି ସେତେବେଳକୁ ମୋ ପତ୍ନୀ ଗର୍ଭବତୀ ହେଲେ ଏବଂ ଏହି ଯୋଜନାରେ କିଛିଟା ବିରାମ ଲାଗିଗଲା । କିନ୍ତୁ ଏଚଆଇଭି ଛୁଆଙ୍କୁ ଆଡପ୍ଟ କରିବାର ଯୋଜନାକୁ ମୁଁ ନକରିବା ଦ୍ବାରା ମତେ ଦୋଷୀ ଭଳି ଲାଗିଲା । ଯାହାଫଳରେ ମୁଁ ଗୋଟେ ଏଚଆଇଭି ପଜିଟିଭ୍ ଛୁଆଟିକୁ ଆଡପ୍ଟ କଲି ଏବଂ ଏପରି ଆଗକୁ ଆଗକୁ ପ୍ରୟାସ ଜାରି ରଖିଲି’ ।

soleman hivସେ ଆଉ ମଧ୍ୟ କହିଛନ୍ତି କି, କିଛି ଆର୍ଥିକ ଅସୁବିଧା ଅଛି କାରଣ ଉକ୍ତ ଛୁଆମାନଙ୍କର ଶିକ୍ଷା,ସ୍ବାସ୍ଥ୍ୟ ଆଦି ସମସ୍ତ ଦରକାରୀ କାର୍ଯ୍ୟ ଉପରେ ବହୁତ ଖର୍ଚ୍ଚ ହେଉଛି । ଏହି ଛୁଆ ମାନଙ୍କର ବେଳେ ବେଳେ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ଯା ଦେଖାଯାଉଥିବାବେଳେ ସ୍ଥିତି ଗମ୍ଭୀର ହୋଇଯାଉଛି । ସେ ଏହା ମଧ୍ୟ କହିଛନ୍ତି କି, ନବମ ଶ୍ରେଣୀରେ ପଢୁଥିବା ଜଣେ ଝିଅଟି ପାଠ ପଢି ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.