ରାଜ୍ୟରେ ବଢ଼ୁଛି ତାତି, ସେପଟେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼

ରାଜ୍ୟରେ ପୁଣି ଲେଉଟିଲା ତାତି । କିଛି ଦିନ ପାଗ କୋହଲା ରହିବା ପରେ ଗତକାଲି ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ୪୩.୬ ଡିଗ୍ରୀ ସହ ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର ।ତାତି ବଢିବା ସହ ଗୁଳୁଗୁଳି ହେଉଛି । ଫଳରେ ରାତିରେ ବି ଲୋକଙ୍କୁ ତ୍ରାହି ମିଳୁନି।

ସେପଟେ ବିଳମ୍ବରେ ମୌସୁମୀ କେରଳ ଛୁଇଁଛି । ଏଥିପାଇଁ ଓଡ଼ିଶାରେ ମଧ୍ୟ ବିଳମ୍ବ ଛୁଇଁବା ଆଶଙ୍କା କରାଯାଉଛି । କେବେ ମୌସୁମୀ ପ୍ରବେଶ କରିବ ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ମୌସୁମୀ ବିଳମ୍ବ ହେଉଥିବାରୁ ଚାଷ ଉପରେ ପ୍ରଭାବ ପଡ଼ିପାରେ । କୁହାଯାଉଛି ରଜ ପରେ ପରେ ମୌସୁମୀ ଓଡ଼ିଶା ଛୁଇବ ବୋଲି କୁହାଯାଉଛି ।

ସେପଟେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଅବପାତରେ ପରିଣତ ହୋଇଛି । ଏହି ଅବପାତ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.