ବଡଗେଙ୍ଗୁଟି ନଦୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର

ଯାଜପୁର (କେନ୍ୟୁଜ୍‌) : ବଡଚଣା ଥାନା ବାଇଶିମୌଜା ସେତୁ ନିକଟସ୍ଥ ବଡଗେଙ୍ଗୁଟି ନଦୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଜି ଅରଖପୁର ପଞ୍ଚାୟତ ରାଧପାଦେଇପୁର ଗ୍ରାମର ଚିନ୍ମୟ ସାହୁ ଓ ଶାନ୍ତୁନୁ କୁମାର ବଳ ଉଭୟ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିନ୍ମୟକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଶାନ୍ତୁନୁ ଅଳ୍ପକେ ବର୍ତ୍ତୀ ଯାଇଛି। ବଡଚଣା ପୋଲିସ ଘଟଣାର ତଦନ୍ତ ଚଳାଇଛି।