Below header

ପରୀକ୍ଷାରେ ଫେଲ ହୋଇଯିବା ଭୟରେ ଛାତ୍ର କଲେ ଆତ୍ମହତ୍ୟା, କିନ୍ତୁ ସବୁ ବିଷୟରେ ହୋଇଛନ୍ତି ପାସ୍‌

ମହାରାଷ୍ଟ୍ର କୋଲହାପୁରରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଏସଏସସି ଫଳାଫଳ ବାହାରିବାର ଦୁଇ ଦିନ ପୂର୍ବରୁ ଫେଲ ହୋଇଯିବା ଭୟରେ ଆତ୍ମହତ୍ୟା କରିଛନ୍ତି। ଏବେ ପରୀକ୍ଷାର ଫଳାଫଳ ବାହାରିବା ପରେ ଜଣାପଡିଛି ସେ ସବୁ ବିଷୟରେ ପାସ କରି ୪୨ ପ୍ରତିଶତ ରଖିଛନ୍ତି।

ସୂଚନା ଅନୁଯାୟୀ ପରୀକ୍ଷାରେ ଫେଲ ହୋଇଯିବା ଭୟରେ ପ୍ରଣବ ଜରାଗ ବହୁତ ଚିନ୍ତାରେ ଥିଲେ। କିନ୍ତୁ ଯେତେବେଳେ ପରୀକ୍ଷା ରେଜଲ୍ଟ ବାହାରିଲା ସେତେବେଳେ ଜଣାପଡିଲା ଯେ ସେ ସମସ୍ତ ବିଷୟରେ ପାସ କରିଛି। କିନ୍ତୁ ମାର୍କସିଟ ଦେଖିବା ପାଇଁ ପ୍ରଣବ ଏହି ଦୁନିଆରେ ନଥିଲେ।

ପ୍ରଣବଙ୍କ ପରିବାର ଏହି ଖବର ଶୁଣିବା ପରେ ବହୁତ ଭାଙ୍ଗି ପଡିଛନ୍ତି। ତାଙ୍କ ବାପା ଜଣାଇଛନ୍ତି ଯେ ପ୍ରଣବ ତାଙ୍କ ସାଙ୍ଗକୁ ଭେଟିବାକୁ ଯାଇଥିଲେ। ତାହାପରେ ଆସି ଶୋଇପଡିଥିଲେ। ଏହାପରେ ସଂଧ୍ୟାରେ ଫ୍ୟାନରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.