ସର୍ଜରୀ ପରେ ଏମିତି ହୋଇଯାଇଛି କାଜୋଲଙ୍କ ମା’ ତନୁଜାଙ୍କ ଅବସ୍ଥା, ଏବେ ଚିହ୍ନିବା ମଧ୍ୟ ହୋଇଯାଉଛି କଷ୍ଟକର

ବଲିଉଡ୍ ଅଭିନେତ୍ରୀ କାଜୋଲ ଗତ କିଛି ଦିନ ହେବ ବହୁତ ଖରାପ ଦିନରେ ଗତି କରୁଛନ୍ତି । ୨୭ ମଇରେ ତାଙ୍କ ଶ୍ବଶୂର ବୀରୁ ଦେବଗନଙ୍କ ପରଲୋକ ହୋଇଥିଲା । ଏହାପରେ ତାଙ୍କ ମା’ ତନୁଜା ମୁଖର୍ଜୀ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭୂତ ହେଉଥିଲା ଯାହାଫଳରେ ତାଙ୍କର ସର୍ଜରୀ କରାଯାଇଥିଲା । ସର୍ଜରୀର କିଛି ଦିନ ପରେ ନିଜ ମା’ଙ୍କ ସହିତ କାଜୋଲ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତନୁଜା ବହୁତ ଦୁର୍ବଳ ହୋଇଯାଇଥିବା ନଜର ଆସିଛନ୍ତି ।

kajol-tanishaଏହି ଫଟୋରେ ଦେଖିବାକୁ ମିଳିଛି କି, କାଜୋଲ ମା’ଙ୍କ କାନ୍ଧରେ ମୁଣ୍ଡ ରଖିଛନ୍ତି ଏବଂ ମା’ ତନୁଜା ଝିଅଙ୍କୁ ପାଖରେ ପାଇ ହସୁଛନ୍ତି । ଫଟୋରେ ତନୁଜାଙ୍କ ଅବସ୍ଥା ଠିକ୍ ନଥିବା ଜଣାପଡୁଥିବାବେଳେ ତାଙ୍କୁ ଦେଖିକି ଜଣାପଡୁଛି କି ତାଙ୍କ ଓଜନ ବହୁତ ହ୍ରାସ ହୋଇଯାଇଛି।

tanishaକାଜୋଲ୍ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି – ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି । ଯେଉଁମାନେ ଆମ ପାଇଁ ପ୍ରାର୍ଥନା କରିଛନ୍ତି । ଏଇ ଯୋଉ ସ୍ମାଇଲ୍ ଆପଣମାନେ ଦେଖୁଛନ୍ତି ଏହା ସତ ଅଟେ । କାଜୋଲ ହସ୍ପିଟାଲରେ ନିଜ ମା’ଙ୍କର ବହୁତ ଦେଖାରଖା କରୁଥିଲେ। ତାଙ୍କର ହସ୍ପିଟାଲ ବାହାରର ବହୁତ ଫଟୋ ମଧ୍ଯ ସାମ୍ନାକୁ ଆସିଛି ।

kajolକାଜୋଲଙ୍କ ମା’ ତନୁଜା ୭୫ ବର୍ଷର ଅଟନ୍ତି । ସେ ନିଜର ସାନ ଝିଅ ତନୀଷାଙ୍କ ସହିତ ମୁମ୍ବାଇରେ ରୁହନ୍ତି । ତନୁଜା ନିଜ ଫିଲ୍ମ କ୍ୟାରିୟରରେ ବହୁତ ନାମୀ ଅଭିନେତ୍ରୀ ଭାବେ ପରିଚୟ ଲାଭ କରିଥିଲେ । ସେ ବଲିଉଡରେ ୬୦ ଦଶକରେ ବହୁ ହିଟ୍ ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.