Below header

ଏଣିକି ଆପଣ ଏଜେନ୍ସୀ ଠାରୁ ମାଗଣାରେ ପାଇପାରିବେ ରେଗୁଲେଟର, ନିଶ୍ଚିନ୍ତ ଜାଣନ୍ତୁ ଏହି ସବୁ ନିୟମ ବିଷୟରେ

ଗ୍ୟାସ୍‌ ସିଲିଣ୍ଡରର ବ୍ୟବହାର ତ ସବୁ ମଣିଷ କରୁଛନ୍ତି। କିନ୍ତୁ ଗ୍ୟାସ୍‌ ସିଲିଣ୍ଡରର ରେଗୁଲେଟରକୁ ନେଇ ଏମିତି କିଛି ନିୟମ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ।

ଆପଣଙ୍କ ରେଗୁଲେଟର ଚୋରୀ ହେବା ଦ୍ୱାରା ଆପଣଙ୍କୁ ଏକ ଖାସ ସୁବିଧା ମିଳୁଛି, ଯେଉଁ କାରଣରୁ ଆପଣ ଏଜେନ୍ସୀଙ୍କ ଠାରୁ ନୂଆ ରେଗୁଲେଟର ମାଗି ପାରିବେ। ଏଥିପାଇଁ ଆପଣଙ୍କ ପୋଲିସରେ ଏଫଏଆଇଆର ରୁଜୁ କରିବାକୁ ହେବ ଏବଂ ଏଫଆଇଆର କପିକୁ ଜମା କରିବା ପରେ ଏଜେକନ୍ସୀ ଆପଣଙ୍କୁ ରେଗୁଲେଟର ଦେଇଦେବେ।

କେବବଳ ଏତିକି ନୁହେଁ, ଯଦି ଆପଣଙ୍କ ସିଲିଣ୍ଡରର ରେଗୁଲେଟ ଖରାପ ହୋଇଯାଇଛି, ତେବେ ଆପଣ ଏଜେନ୍ସୀଙ୍କ ଠାରୁ ରେଗୁଲେଟର ମାଗି ପାରିବେ। ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ଅବଶ୍ୟ ଆପଣଙ୍କୁ ସବସ୍କ୍ରିପସନ ଭାଉଚରର ଆବଶ୍ୟକତା ପଡିବ। ଧ୍ୟାନରଖନ୍ତୁ, ଯଦି ଆପଣଙ୍କ ସବସ୍କ୍ରିପସନ ଭାଉଚରର ନମ୍ବର ରେଗୁଲେଟ ସହିତ ମିଶିବ। ଏହାପରେ ଯାଇ ଆପଣଙ୍କୁ ନୂଆ ରେଗୁଲେଟର ଦିଆଯିବ।

gasଅବଶ୍ୟ ଯଦି ଆପଣଙ୍କ ରେଗୁଲେଟର ଡ୍ୟାମେଜ୍‌ ହୋଇଯାଇଥାଏ, ଅର୍ଥାତ୍‌ ଯଦି ଆପଣଙ୍କର କୌଣସି ଭୁଲ କାରଣରୁ ଖରାପ ହୋଇଯାଏ, ତେବେ ନୂଆ ରେଗୁଲେଟର ନେବା ପାଇଁ ଆପଣଙ୍କୁ ଏଜେନ୍ସୀକୁ ୧୫୦ ଟଙ୍କା ଦେବାକୁ ପଡିପାରେ।

ଗ୍ରାହକଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା ପାଇଁ ବଜାରରେ ମଲଟିଫଙ୍କସନାଲ ରେଗୁଲେଟର ମଧ୍ୟ ମିଳୁଛି। ଏହି ରେଗୁଲେଟର ସାହଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.