ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ୟୁଭି, ଖରାପ ଫର୍ମ ଯୋଗୁଁ ଭାରତୀୟ ବିଶ୍ୱକପ ଟିମରେ ହୋଇନାହାନ୍ତି ସାମିଲ

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ଘୋଷଣା କଲେ କ୍ରିକେଟର ଯୁବରାଜ ସିଂହ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଯୁବରାଜ । ୪୦ଟି ଟେଷ୍ଟ ଓ ୩୦୪ଟି ଦିନିକିଆ ଖେଳିଛନ୍ତି ଯୁବରାଜ । ଏହା ସହ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଯୁବରାଜ ସିଂହ । ଜଣେ ସଫଳ କ୍ରିକେଟର ହେଉଛନ୍ତି ଯୁବରାଜ ସିଂହ । ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ବିଶ୍ୱକପ୍ ବିଜୟୀ ଟିମ୍ର ହିରୋ ଥିଲେ ଯୁବରାଜ ।
ସୂଚନା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗ୍ ଖେଳିବାକୁ ଚାହୁଁଛନ୍ତି । ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ ଯୁବରାଜ । ହେଲେ ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ । ଯୁବରାଜ ୨୦୧୭ ଜୁନ୍ ୩୦ରେ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୦୧୭ ଫେବୃଆରୀ ୧ ତାରିଖରେ ଇଂଲଣ୍ଡ ବିରୋଧରେ ଶେଷ ଟି-୨୦ ଖେଳିଥିଲେ ଯୁବରାଜ ।