Below header

ନାଗପୁରକୁ କୁହାଯାଏ ଭାରତର “ଟାଇଗର କ୍ୟାପିଟାଲ”, ଜାଣନ୍ତୁ କାହିଁକି

କମଳା ଲେମ୍ବୁ କଥା ଉଠିଲେ ମନକୁ ମହାରାଷ୍ଟ୍ରର ନାଗପୁର ସହର କଥା ହିଁ ପ୍ରଥମେ ଆସେ ।  କଥାରେ କଥାରେ ଏମିତି ବି କୁହାଯାଏ ନାଗପୁର କମଳା ଯିଏ ଚାଖିଛି ସିଏ ହିଁ ଏହାର ସ୍ୱାଦ ଜାଣିଛି ।  ଖାଲି କମଳା ପାଇଁ ନୁହେଁ ଅନ୍ୟ କିଛି ବିଶେଷ କାରଣ ପାଇଁ ବି ଏହି ସହର ଖୁବ ପ୍ରସିଦ୍ଧି ଲାଭ କରିଛି ।  ରାଷ୍ଟ୍ରୀୟ ସ୍ଵୟମ ସେବକ ସଂଘ ବା ଆରଏସଏସର ମୁଖ୍ୟାଳୟ ଓ ବାବା ହଜରତ ତାଯୁଦ୍ଦିନଙ୍କ ଦରଘା ବି ଏହି ସହରରେ ଅବସ୍ଥିତ ।  ସହରର ଗୋଟିଏ ପଟରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ଏକ ସ୍ମାରକ ଦୀକ୍ଷାଭୂମି ସ୍ଥାପନା କରାଯାଇଛି ।  ଅନେକ ଛୋଟ ବଡ ସୁନ୍ଦର ସୁନ୍ଦର ହ୍ରଦରେ ଘେରା ଏହି ସହର ।  ସହର ଆଖପାଖରେ ଥିବା ବଣଜଙ୍ଗଲ ହେଉଛି ବାଘ ପ୍ରଜଜନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ।  ଏହି କାରଣରୁ ହିଁ ନାଗପୁରକୁ ଭାରତର “ଟାଇଗର କ୍ୟାପିଟାଲ” ମଧ୍ୟ କୁହାଯାଏ ।

nagpur

ଏସବୁ ସମେତ “ଜିରୋ ମାଇଲ” ପାଇଁ ବି ନାଗପୁର ସହର ଖୁବ ପ୍ରସିଦ୍ଧି ଲାଭ କରିଛି ।  ଏହି ସହର ଭାରତର ଠିକ ମଝାମଝି ସ୍ଥାନରେ ଅବସ୍ଥିତ ହୋଇଥିବା କାରଣରୁ ହିଁ ଏହି ଠାରେ ଏକ ଜିରୋ ମାଇଲ ପଥର ସ୍ଥାପନା କରାଯାଇଥିଲା ।  ଇତିହାସ କୁହେ, ବ୍ରିଟିଶର ମାନେ ଭାରତକୁ ଭିନ୍ନ ଭିନ୍ନ ରାଜ୍ୟରେ ବିଭାଜିତ କରିବା ସମୟରେ ନାଗପୁର ଦେଶର ଠିକ କେନ୍ଦ୍ରସ୍ଥଳରେ ଥିଲା ।  ଏହି କାରଣରୁ ହିଁ ସେହି ସମୟରେ ଏଠାରେ ଏକ “ଜିରୋ ମାଇଲ” ପଥର ସ୍ଥାପନ କରାଯାଇଥିଲା ।  ଆଉ ଭୌଗଳିକ ଦୃଷ୍ଟିରୁ ଏହାକୁ ଭାରତର କେନ୍ଦ୍ରସ୍ଥଳ ଭାବରେ ଧରାଯାଏ ।  ସହର ଠାରୁ ଅନ୍ୟ ରାଜ୍ୟମାନଙ୍କର ଦୂରତା ମାପିବା ପାଇଁ ବି ଏହି ପଥରକୁ ଉପଯୋଗ କରାଯାଏ ।

tiger

କିନ୍ତୁ ପରବର୍ତ୍ତୀ ସମୟରେ ଭାରତ ଠାରୁ ପାକିସ୍ତାନ ଅଲଗା ହେବା ପରେ ଭାରତର କେନ୍ଦ୍ର ସ୍ଥଳ ବଦଳି ମଧ୍ୟପ୍ରଦେଶର ଏକ ଛୋଟ ଗାଁକୁ ଆସିଥିଲା । ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ସିହୋରା ଠାରୁ 40 କିମି ଦୂରରେ ଏହି ଗାଁ ଅବସ୍ଥିତ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.