କେନ୍ଦୁଝର: କଙ୍କଡାଯୋଡି ଘାଟି ମୁଣ୍ଡା ସାହିରେ ବର୍ବରକାଣ୍ଡ, ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର: ପୁଣି ଅନ୍ଧ ବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି କରାଗଲା ହତ୍ୟା । ମୃତକ ହେଲେ କେନ୍ଦୁଝର ଝୁମ୍ପୁରା ଥାନା କଙ୍କଡାଯୋଡି ଘାଟି ମୁଣ୍ଡା ସାହିର ଶୁକଲାଲ ମୁଣ୍ଡା ।

ହତ୍ୟା ପରେ ଶୁକଙ୍କ ସ୍ତ୍ରୀ ଝୁମ୍ପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଝୁମ୍ପୁରା ପୋଲିସ୍‌ ଏକ ମାମଲା ରୁଜୁ କରି ଗାଁର ସୁନାରାମ, ଶ୍ୟାମ ମୁଣ୍ଡା, ବୁଦ୍ଧରାମ ମୁଣ୍ଡା ଓ ଇନ୍ଦ୍ର ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.