Below header

କେବେବି ଶୁଣିନଥିବେ ସାପ ବିଷୟରେ ଏହି ସବୁ କଥା

ସାପକୁ ତ ସମସ୍ତେ ଭୟ କରିଥାନ୍ତି । ଏହାକୁ ଦେଖିଲା ମାତ୍ରେ ଛୋଟ ବଡ ସମସ୍ତେ ଭୟଭୀତ ହୋଇଯାନ୍ତି । କିନ୍ତୁ ସାପ ବିଷୟରେ ଏମିତି କିଛି ରୋଚକ ତଥ୍ୟ ଅଛି ଯାହା ହୁଏତ ସମସ୍ତେ ଜାଣି ନ ଥିବେ । ଆସନ୍ତୁ ସେ ବିଷୟରେ କିଛି ଜାଣିବା । ସାପର ଜନ୍ମ ଡାଇନୋସର ସମୟରୁ ହିଁ ହୋଇଛି ।

୧. ସାପର ଜନ୍ମ ଆଜକୁ ପ୍ରାୟ ୧୩୦୦ ଲକ୍ଷ ବର୍ଷ ପୂର୍ବେ ହିଁ ହୋଇଥିଲା ।

୨. ପୃଥିବୀରେ ସାପ ମାନଙ୍କର ୨୫୦୦ ପ୍ରଜାତି ଅଛନ୍ତି । ଏମାନଙ୍କ ଭିତରୁ ୨୦ ପ୍ରତିଶତ ସାପ ବିଷଧର ହୋଇଥାନ୍ତି ।

୩. ଦୁନିଆର ନିଉଜିଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଆଣ୍ଟର୍ଟିକାରେ ଜମା ବି ସାପ ନ ଥାନ୍ତି ।

snake

୪. ଭାରତରେ ସାପ ମାନଙ୍କର ୩୦୦ ପ୍ରଜାତି ମିଳିଥାଏ । ଯେଉଁ ମାନଙ୍କ ଭିତରୁ ୫୦ ପ୍ରଜାତି ଅତ୍ୟନ୍ତ ବିଷଧର ହୋଇଥାନ୍ତି ।

୫.ଏକ ରେକର୍ଡ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଲୋକ କେବଳ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥାନ୍ତି ।

୬. ଭାରତରେ ହିଁ କେବଳ ପ୍ରତିବର୍ଷ ପ୍ରାୟ ୨.୫ ଲକ୍ଷ ଲୋକ ସାପ କାମୁଡ଼ାର ଶିକାର ହୋଇଥାନ୍ତି । ସେମାନଙ୍କ ଭିତରୁ ପ୍ରାୟ ୫୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ ।

୭. ଆଉ ଏକ ରୋଚକ ତଥ୍ୟ ହେଉଛି । କୌଣସି ସାପ ସେମାନଙ୍କ ସହ ନ ଲାଗିଲେ କାମୁଡନ୍ତି ନାହିଁ । ଅଧିକାଂଶ ସେମାନଙ୍କ ଉପରେ ପାଦ ପଡିବା ପରେ ହିଁ ମଣିଷକୁ କାମୁଡିଥାନ୍ତି ।

ଏହା ସହ ପଢନ୍ତୁ: ଜାଣନ୍ତୁ ଘୋଡା ନାଲ କ’ଣ ଏବଂ ଏହାକୁ କାହିଁକି ଘର ବାହାରେ ଲଗାଯାଏ

୮. ଦୁନିଆର ସବୁଠୁ ଲମ୍ବା ସାପ ଭାବେ ‘ପାଇଥାନ ରେଟିଂକୁଲାଟସ’ କୁ ଧରାଯାଇଥାଏ । ଯାହାର ଲମ୍ବା ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ହୋଇଥାଏ ।

୯. ସାପ ତାର ତଳ ଚମଡା ଦ୍ୱାରା ଭୂମି ଭିତରେ ସୃଷ୍ଟି ହେଉଥିବା ଧ୍ୱନିକୁ ଅନୁଭବ କରିପାରିଥାଏ । ଯାହାଦ୍ୱରା ଭୂମି କମ୍ପ, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ଗୁଡିକୁ ସାପ ହିଁ ପ୍ରଥମେ ଜାଣି ପାରେ ।

୧୦.ସାପ ପ୍ରଜାତି ମାନଙ୍କୁ ଥଣ୍ଡା ପସନ୍ଦ ନ ଥିବା ବେଳେ ଏମାନେ ବର୍ଷକୁ ୩ ଥର ନିଜ ଚମଡା ଛଡାଇଥାନ୍ତି ।

୧୧.ଆପଣ ହୁଏତ ଜାଣି ନ ଥିବେ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ହୋନର୍ଡ଼ ବାଇପର ମୁଣ୍ଡରେ ୨ଟି ସିଂଘ ଥାଏ ।

୧୨. ପୃଥିବୀରେ ସବୁଜ ଆନାକୋଣ୍ଡାକୁ ସବୁଠୁ ଓଜନର ସାପ ଭାବେ ଧରାଯାଇଥାଏ । ଏହାର ଓଜନ ୫୫୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.