Below header

ତାନ୍ତ୍ରିକ କହିଲା ଘର ତଳେ ଅଛି ଅଢ଼େଇ କ୍ୱିଣ୍ଟାଲ ସୁନା, ଖୋଲିବାରୁ ବାହାରିଲା ଏମିତି କିଛି…

ଦୁନିଆ ଯେତିକି ଆଗକୁ ଗଲେ ମଧ୍ୟ ଆଜି ବି କେତେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଯାଇଛନ୍ତି। ତନ୍ତ୍ରମନ୍ତ୍ର, ଯାଦୁବିଦ୍ୟା ଆଦି ମାଧ୍ୟମରେ ସେମାନେ ଅପର୍ଯ୍ୟାପ୍ତ ଅର୍ଥ ପାଇପାରିବେ ବୋଲି ବିଶ୍ୱାସ କରୁଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଲୁଧିଆନାର ଚକ୍କ ଲୋହାଟ୍‌ ଗାଁରେ। ଏଠାରେ ଜଣେ ବ୍ୟକ୍ତିଙ୍କ ଘରେ ୧୦୦କୋଟି ଟଙ୍କା ସୁନା ଥିବା କହି ଜଣେ ଠକ ଗୁଣିଆ ୩ଲକ୍ଷ ଟଙ୍କା ନେଇଯାଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଚକ୍କ ଲୋହାଟ୍‌ ଗ୍ରାମର ରାଜମିସ୍ତ୍ରୀ କାମ କରୁଥିବା ବଲବୀର ସିଂହଙ୍କ ଆଙ୍ଗୁଠିରେ ପୀଡ଼ା ହେବାରୁ ସେ ଗାଁର ଜଣେ ହକିମ୍‌ଙ୍କ ପାଖକୁ ଚିକିତ୍ସା କରିବାକୁ ଯାଇଥିଲେ। ସେଠାରେ ହକିମ୍‌ ଜଣକ ବଳବୀରଙ୍କ ଘର ତଳେ ୧୦୦ କୋଟି ଟଙ୍କାର ଅଢ଼େଇ କେଜି ସୁନାଗହଣା ଥିବା କହିଥିଲେ। ହକିମ୍‌ଙ୍କ କଥା ଶୁଣିବା ପରେ ବଲବୀର ଲୋଭରେ ଘରେ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜା କରିବାକୁ ଗୁଣିଆ ପ୍ରଥମେ ୧୮ ହଜାର ଟଙ୍କା ନେଇଥିଲେ। ୨-୪ ଦିନ ପରେ ପୁନର୍ବାର ସେମାନେ ଆସି କହିଥିଲେ ଯେ ମାଟି ତଳେ ଥିବା ସୁନା ଉପରକୁ ଆସିବା ଆରମ୍ଭ ହୋଇଗଲାଣି। ଆଉ ଟିକେ ଜଲଦି ଉପରକୁ ଆଣିବାକୁ ପୁଣିଥରେ ପୂଜା କରିବାକୁ ପଡ଼ିବ ଓ ଏଥିପାଇଁ ଆଉ ୨ ଲକ୍ଷ ଟଙ୍କା, ୨୧ କେଜି ଘିଅ, ଚାଉଳ ଓ ଅନ୍ୟ ସାମଗ୍ରୀ ମାଗିଥିଲେ। ତାନ୍ତ୍ରିକଙ୍କ କଥାରେ ବିଶ୍ୱାସ କରି ବଲବୀର ତାଙ୍କୁ ଟଙ୍କା ଦେଇଥିଲେ। ତାନ୍ତ୍ରିକ କିଛି ଦିନ ପରେ ଆସି ଘର ଖୋଳି ସେଥିରୁ କିଛି ପଇସା ଥିବା ମାଟିର ହାଣ୍ଡି ଉଦ୍ଧାର କରିଥିଲେ। ଧୀରେ ଧୀରେ ସୁନା ଆସିବ କହି ପୁଣି ତାନ୍ତ୍ରିକ ବଲବୀରକୁ ୧୩ ଲକ୍ଷ ଟଙ୍କା ଓ ୭ଟି ଖାଲି ହାଣ୍ଡି ଆଣିବାକୁ କହିଥିଲା। ଏତେ ଟଙ୍କା ଦେଇପାରିବନି ବୋଲି ବଲବୀର ମନାକରିବାରୁ ଶେଷରେ ୧.୯୦ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା।

ଏହାସହ ପଢ଼ନ୍ତୁ: ବାଃରେ ଆଇନ୍‌! ୩୪ ବର୍ଷ ଜେଲ୍‌ରେ ରହିବା ପରେ କୋର୍ଟ କହିଲେ ‘‘ତୁମେ ନିର୍ଦ୍ଦୋଷ’’

ତାନ୍ତ୍ରିକ ଉପରେ ସନ୍ଦେହ ଆସିବାରୁ ବଲବୀର ଏନେଇ ଗାଁ ସରପଞ୍ଚ ମନଜିତ୍‌ କୌରଙ୍କୁ ସମସ୍ତ କଥା କହିଥିଲା। ପରେ ସମସ୍ତେ ମିଶି ମିଛରେ ତାନ୍ତ୍ରିକକୁ ଟଙ୍କା ଯୋଗାଡ଼ ହୋଇଯାଇଥିବା କହି ଡାକିଥିଲେ। ତାନ୍ତ୍ରିକ ଗାଁକୁ ଆସିବା ପରେ ସେମାନେ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅନ୍ଧକାରର ସୁଯୋଗ ନେଇ ଠକ ତାନ୍ତ୍ରିକ ସେଠାରୁ ଚାଲିଯାଇଥିଲା। ପରେ ଅଭିଯୋଗ ପାଇ ପୋଲିସ ଠକ ତାନ୍ତ୍ରିକ ସମେତ ଦୁଇ ସହଯୋଗୀ ଗୁଲଜାର ଓ ରଜବାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ଉଭୟଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.