୧୦୧ ବର୍ଷ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ପଡୁଛି ବିଶେଷ ସଂଯୋଗ, ବ୍ରତ ରଖିଲେ ପୂର୍ଣ୍ଣ ହେବ ସନ୍ତାନପ୍ରାପ୍ତି ମନସ୍କାମନା

କୃଷ୍ଣ ଜନ୍ମାଷ୍ଟମୀ, ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ରୂପେ ମଧ୍ୟ ଜଣାଶୁଣା। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପାଳନ କରାଯାଏ। ଚଳିତବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧କୁ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ମଧ୍ୟରାତ୍ରିରେ ହୋଇଥିଲା।

ଚଳିତବର୍ଷ ଜନ୍ମାଷ୍ଟମୀ ଅବସରରେ ଅନେକ ବିଶେଷ ସଂଯୋଗ ପଡୁଛି। ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏଥର ମଧ୍ୟ ଜନ୍ମାଷ୍ଟମୀ କୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ଏବଂ ଅଷ୍ଟମୀ ତିଥିରେ ରହିଛି। ଯେଉଁଥିରେ ଜୟନ୍ତୀ ଯୋଗ ରହିଛି। ଏହାଛଡା ବୃଷ ରାଶିରେ ଚନ୍ଦ୍ରମା ରହିଥାଏ।

୧୦୧ ବର୍ଷ ପରେ ଏମିତି ଜୟନ୍ତୀ ଯୋଗ ପଡୁଛି। ଏହାଛଡା ସୋମବାର ପଡୁଥିବାରୁ ବହୁତ ଶୁଭ ବୋଲି କୁହାଯାଉଛି। ଜ୍ଯୋତିଷ ଶାସ୍ତ୍ର ମୁତାବକ, ଏହି ସଂଯୋଗରେ ଯେଉଁ ବ୍ଯକ୍ତି ଜନ୍ମାଷ୍ଟମୀ ବ୍ରତ ରଖିବାକୁ ଚାହୁଁଛନ୍ତି, ସେମାନେ ଜାଣତ ହେଉ ଅଜାଣରେ କରିଥିବା ପାପରୁ ମୁକ୍ତି ମିଳିବ। ଏହାଛଡା ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ରଖିଥିବା ମହିଳା ଭଗବାନ ଶ୍ରୀକୃଷ୍ଣଙ୍କ ବାଲଗୋପାଳ ମୂର୍ତ୍ତିକୁ ପୂଜା କରି ପଂଚାମୃତରେ ସ୍ନାନ କରି ନୂଆ ବସ୍ତ୍ର ଧାରଣ କରି ଗୋପାଳ ମନ୍ତ୍ର ଜପ କରିବା ଉଚିତ। ଆପଣ ମନସ୍କାମନା କରିଥିବା ସମସ୍ତ ଫଳ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.