Below header

ଏଠି ମିଳେ ‘ରାଗ ରସଗୋଲା’, ଥରେ ଆସି ନିଅନ୍ତୁ ଖାଇବାର ମଜା

ନରମ ଏବଂ ସ୍ପଞ୍ଜି ରସଗୋଲା ଦେଖିଲେ, ସମସ୍ତଙ୍କ ମୁହଁରେ ଲାଳ ଆସିଯାଇଥାଏ। ଆଜି ବି ବିବାହ ଉତ୍ସବରେ ଏହାର ଡିମାଣ୍ଡ ଦେଖିବାକୁ ମିଳେ। କିନ୍ତୁ ଆପଣ ଥରେ ଭାବି ଦେଖନ୍ତୁ ତ, ଯେଉଁ ରସଗୋଲାକୁ ଆପଣ ମିଠାରେ ଚିହ୍ନିଥାଆନ୍ତି, ଯଦି ତାହାର ସ୍ୱାଦ ବଦଳିଯାଏ, ତା’ହେଲେ କେମିତି ଲାଗିବ? କହିବାର ଅର୍ଥ ହେଲା, ଯଦି ମିଠା ବଦଳରେ ଆପଣ ରାଗ ରସଗୋଲା ଖାଇବେ, ତା’ହେଲେ କ’ଣ ହେବ? ହଁ, ଆଜି ଆମେ ଆପଣଙ୍କୁ ଏଭଳି ଏକ କୌତୁହଳଜନକ କଥା ବିଷୟରେ କହିବାକୁ ଯାଉଛୁ।

r2

କଥାଟି ଶୁଣିଲେ ଆପଣଙ୍କୁ ନିହାତି ଭାବେ ଅଡ଼ୁଆ ଲାଗିବ, କିନ୍ତୁ ଏହା ପୂରାପୂରି ସତ। ରାଗର ଓଭରଡୋଜ୍‌ ଦେବା ପାଇଁ ଏଠାରେ ରସଗୋଲା ସହିତ କଞ୍ଚା ଲଙ୍କା ମଧ୍ୟ ଦିଆଯାଇଥାଏ। ପଶ୍ଚିମବଙ୍ଗର ମେଦିନାପୁରର ଏକ ଦୋକାନରେ ଏଭଳି ନିଆରା ରସଗୋଲା ମିଳିଥାଏ। ଏଠାରେ ଗରମ ଗରମ ରାଗ ରସଗୋଲା ତିଆରି କରାଯାଇଥାଏ। ଏହି ରସଗୋଲା ଏତେ ମାତ୍ରାରେ ପ୍ରସିଦ୍ଧ ଯେ ଲୋକେ ଆକର୍ଷିତ ହୋଇ ଏଠାକୁ ଚାଲିଆସିଥାଆନ୍ତି।

ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ମିଠା ପସନ୍ଦ କରୁଥିବା ଲୋକ ମଧ୍ୟ ଏହି ରାଗ ରସଗୋଲାକୁ ବହୁତ ଆଗ୍ରହର ସହିତ ଖାଇଥାଆନ୍ତି। ମେଦିନାପୁରର ଚର୍ଚ୍ଚ ସ୍କୁଲ ନିକଟସ୍ଥ ଏହି ମିଠା ଦୋକାନରେ ସକାଳୁ ସନ୍ଧ୍ୟା ଯାଏ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ।

r3

ଗରମ ଗରମ ରାଗ ରସଗୋଲା ପରଷି ଦେଉଥିବା ଦୋକାନୀ ଅରିନ୍ଦମ୍‌ ଶାଙ୍କ କହିବା ହେଲା, ‘ପ୍ରଥମେ ଏଠାରେ ଗୁଡ଼, କେସର ଏବଂ ଆମ୍ବରେ ରସଗୋଲା ତିଆରି କରାଯାଉଥିଲା। କିନ୍ତୁ ଅନୁଭବ ହେଲା ଯେ ଲୋକେ ସ୍ୱାଦରେ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ଏହାକୁ ନଜରରେ ରଖି ଆମେ ପବନ ବେଗରେ ଆଗକୁ ମାଡ଼ିଚାଲିଲୁ’।

ଏହି ସ୍ୱତନ୍ତ୍ର ରସଗୋଲାର ଦାମ୍‌ କେବଳ ୧୦ ଟଙ୍କା ରଖାଯାଇଛି। ଦୋକାନୀ କୁହନ୍ତି, କିଛି ଲୋକଙ୍କୁ ଡାଇବେଟିଜ୍‌ ଥିବାରୁ ସେମାନେ ଶିରା ରସଗୋଲା ଖାଇପାରି ନ ଥାଆନ୍ତି। ଏହାର ପ୍ରଭାବ ବେପାର ଉପରେ ମଧ୍ୟ ପଡ଼ିଥାଏ। ତେଣୁ ଆମେ ରସଗୋଲା ସହିତ ନୂଆ ଏକ୍ସପେରିମେଣ୍ଟ ଆରମ୍ଭ କଲୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.