କେବେ ଦେଖିଛନ୍ତି ମୁଚୁ ମୁଚିକା ଘାସ, ଯାହା ଏବେ ଅସ୍ତରଙ୍ଗ ବେଳାଭୂମି ନିକଟ ଜଙ୍ଗଲ ଅଞ୍ଚଳରେ ପ୍ରକୃତିର ଶୋଭା ବଢାଉଛି

କେତେକ ତୃଣ ପ୍ରକୃତିର ସୌନ୍ଦର୍ଯ୍ୟ ବଢାଇବାରେ ସହଯୋଗ କରିଥାନ୍ତି । ସେମାନଙ୍କ ମଧ୍ୟରେ ମୁଚୁମୁଚିକା ଘାସ ହେଉଛି ଅନ୍ୟତମ । ସ୍ଥାନୀୟ ଭାଷାରେ ଏହାର ନାମ ମୁଚୁମୁଚିକା ଘାସ ନାମ ରହିଥିବା ବେଳେ ଏହାର ଇଂରାଜୀ ନାମ ହେଉଛି ସ୍ପୋରବୋଲଷ ଫେଷ୍ଟିଭଷ (sporobolus festivus ) ।

କାକଟପୁର (କେନ୍ୟୁଜ): ସୃଷ୍ଟିର ସରଂଚନାରେ ପ୍ରକୃତି ରାଣୀ ଭେଟିଦେଇଛି ଅନେକ ତରୁ ଲତା ଏବଂ ତୃଣ । ଏମାନେ ପରିବେଶ ଏବଂ ଜୀବଜଗତ ପାଇଁ ଅମୂଲ୍ୟ ସମ୍ପଦ ଭାବରେ ତିଷ୍ଠି ରହିଛନ୍ତି ପୃଥିବୀ ପୃଷ୍ଟରେ । ଏହି ପ୍ରାକୃତିକ ସମ୍ପଦ ବିଶେଷ ଭାବରେ ଜୀବଜଗତକୁ ଧରାପୃଷ୍ଟରେ ବଞ୍ଚି ରହିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ବୃକ୍ଷରାଜି ,ତରୁ ,ତୃଣ ଜୀବଜଗତ ପାଇଁ ଜୀବନ ଧାରଣ କରିବାର ମୁଖ୍ୟ ଅମ୍ଳଜାନ ସହିତ ଖାଦ୍ଯ ,ବସ୍ତ୍ର ,ବାସଗୃହକୁ ଯୋଗାଇ ଦେଇଥାନ୍ତି। ସେହିଭଳି ଆଉ କେତେକ ତୃଣ ପ୍ରକୃତିର ସୌନ୍ଦର୍ଯ୍ୟ ବଢାଇବାରେ ସହଯୋଗ କରିଥାନ୍ତି । ସେମାନଙ୍କ ମଧ୍ୟରେ ମୁଚୁମୁଚିକା ଘାସ ହେଉଛି ଅନ୍ୟତମ । ସ୍ଥାନୀୟ ଭାଷାରେ ଏହାର ନାମ ମୁଚୁମୁଚିକା ଘାସ ନାମ ରହିଥିବା ବେଳେ ଏହାର ଇଂରାଜୀ ନାମ ହେଉଛି ସ୍ପୋରବୋଲଷ ଫେଷ୍ଟିଭଷ (sporobolus festivus ) ।

ଅସ୍ତରଙ୍ଗ ଅଞ୍ଚଳର ସମୁଦ୍ର ଉପକୂଳ ଅଞ୍ଚଳର ଝାଉଁ ଜଙ୍ଗଲ ,ବାଲିକୁଦ ଏବଂ ଏହାର ଆଖ ପାଖ ଅଞ୍ଚଳରେ ଏହି ଘାସ ବହୁଳ ପରିମାଣରେ ଦେଖାଯାଇ ଥାଏ । ଏହି ଘାସ ଜୈବ ବିବିଧତାକୁ ବାନ୍ଧି ରଖିବା ପାଇଁ କାମ କରିଥାଏ । ବିଶେଷ କରି ଏହା ମୃର୍ତ୍ତିକା ସଂରକ୍ଷଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସମୁଦ୍ର ଉପକୂଳ ଅଞ୍ଚଳରେ ପବନର ଗତିରେ ବାଲୁକା ସ୍ତୂପ ସୃଷ୍ଟି ହେଉଥିବା ବେଳେ ସେହି ପବନ ସଂସ୍ପର୍ଶରେ ଆସି ଏହି ଘାସର ମଞ୍ଜି ଗୁଡିକ ବାଲୁକା ସ୍ତୂପରେ ପଡିରହି ସେଠାରେ ଘାସ ଗଛ ସୃଷ୍ଟି ହୋଇଥାଏ ଏବଂ ଏହାର ଚେର ବାଲୁକା ସ୍ତୂପକୁ ବାନ୍ଧି ରଖିବା ରେ ସାହାର୍ଯ୍ୟ କରିଥାଏ ।

grass

ମୁଚୁମୁଚୁକା ଘାସ ବା ସ୍ପୋରବୋଲସ ଫେଷ୍ଟିଭଷ ଜୈବ ବିବିଧତାକୁ ବାନ୍ଧି ରଖିବା ସହିତ ପ୍ରକୃତିର ସୁନ୍ଦରତା ବୃଦ୍ଧି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶେଷ ଭାବରେ ଶୀତ ଋତୁରେ ଏହି ଉଦ୍ଭିଦଟି ବଢିଥାଏ ଏବଂ ସେଥିରେ ତାର ଚଅଁର ବା ଫୁଲ ଆସିଥାଏ । ଶୀତ ଦିନରେ କୁହୁଡି ବା ଶିଶିର ପଡିଥାଏ ,ଶୀତୁଆ ସକାଳର କାକର ଭିଜା ଶୀତଳ ପରସ ପାଇବା ପରେ ଏହି ଘାସ ସୌନ୍ଦର୍ଯ୍ୟ ସତେ ଯେମିତି ବଢିଯାଇଥାଏ ବହୁଗୁଣିତ ଭାବରେ। ମୁଚୁମୁଚିକା ଘାସର ଚଅଁର ବା ଫୁଲ ଦେହରେ ବିନ୍ଦୁ ବିନ୍ଦୁ ଶିଶିର ଟୋପା ଲାଗିଥିବା ସମୟରେ ତାହା ଦେଖଣାହାରୀକୁ ଲାଗେ ସତେ ଯେମିତି ମାଟି ଉପରେ ବରଫ ଆଚ୍ଛାଦିତ ହୋଇ ପଡିଛି । ସତେ ଯେମିତି କାଶ୍ମୀରର ଭୂମିରେ ବରଫ ବର୍ଷା ହୋଇଛି।

ଶୀତଳ ପରିବେଶର ଶୀତୁଆ ସକାଳରେ କାକରଭିଜା ଘାସ ବରଫର ଭ୍ରମ ସୃଷ୍ଟି କରିଥାଏ। ଯାହାକୁ ଦେଖି ଆନନ୍ଦ ବିଭୋର ହୋଇଥାନ୍ତି ପର୍ଯ୍ୟଟକ ଏବଂ ପରିବେଶ ପ୍ରେମୀ । ସେଥିପାଇଁ ବୋଧେ କେହି ଜଣେ ଲେଖିଦେଇଥିଲେ ‘ସୁନ୍ଦର ତୃପ୍ତିର ଅବସାଦନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’।

 

You might also like