Below header

ଅଯୋଧ୍ୟା ଯିବେନି ଲାଲକୃଷ୍ଣ ଆଡଭାନୀ, ଥଣ୍ଡା ପାଗ ଯୋଗୁଁ ଗସ୍ତ ବାତିଲ

ବରିଷ୍ଠ ନେତା ତଥା ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି । ଥଣ୍ଡା ଓ ପାଗ ଖରାପ ଯୋଗୁଁ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି । ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି । ଥଣ୍ଡା ଓ ପାଗ ଖରାପ ଯୋଗୁଁ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି । ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆଜି ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ ଆଡଭାନୀ । ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ । ଆଉ ଆଡଭାନୀ ଏଥିନିମନ୍ତେ ସମ୍ମତି ଜଣାଇଥିଲେ । ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।  ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ଉପସ୍ଥିତ ରହିଥାନ୍ତା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.