Below header

କାହିଁକି ଏ ସ୍ୱତନ୍ତ୍ର ସାବୁନ ଯାହା ମହଙ୍ଗା ହେଲେ ବି କିଣୁଛନ୍ତି ଲୋକେ

ଦର୍ଶକବନ୍ଧୁ ଦିନକୁ ଦିନ କେତେ କେତେ ନୂଆ ନୂଆ ଜିନିଷର ଉତ୍ପତ୍ତି ହେଉଛି । ଯାହା ପ୍ରତିଦିନ ଆପଣ ଦେଖିବାକୁ ପାଉଥିବେ । ଏମିତିକି ଜିନିଷ ସମାନ ଥିବ କିନ୍ତୁ ତାର ଉପର କଭର ବି ପରିବର୍ତ୍ତନ ହୋଇଯାଇଥିବାର ଦେଖିଥିବେ ଆପଣ । ଯେମିତି ପ୍ରତିଦିନ ଲୋକଙ୍କୁ ଚେଞ୍ଜର ଆବଶ୍ୟକତା ରହିଛି । ଏହାରି ଭିତରେ ଏକ ଜିନିଷ ଉପରେ ଆଖି ପଡିଲା ଯାହା ଦେଖିଲେ ଆପଣ ଭାବିବେ ନାଁ ଏ ଜିନିଷ ସେଇଆ ନୁହେଁ ଯାହା ଦେଖାଯାଉଛି ।

 ମାର୍କେଟରେ ବିଭିନ୍ନ ପ୍ରକାରର ସାବୁନ ଉପଲବ୍ଧ । ଏକ ଏମିତି ସାବୁନ ଆପଣ ଦେଖିଥିବେ ବା ଆଗକୁ ଦେଖିବାକୁ ପାଇବେ ଯାହା ବିଲକୁଲ ଇସ୍ପାତ କଣ୍ଡ ପରି । ଏହି ସାବୁଲକୁ କୁହାଯାଏ ଷ୍ଟେନଲେସ ଷ୍ଟିଲ ସାବୁନ । ଏହି ସାବୁନର ରଙ୍ଗ ରୂପା ଭଳି । କିନ୍ତୁ ଆକୃତି ପୁରା ସାଧାରଣ ସାବୁନ ଭଳି । ବଡକଥା ହେଉଛି ଏହି ସାବୁଣରେ ଫେଣ ବିଲକୁଲ ନାହିଁ ଏବଂ ଗନ୍ଧ ଦୂରହେଇଯାଏ । ଖରାପ ଦେଖାଯାଏ ନାହିଁ । ଜାଣିବା କଣ ଅହାର ବିଶେଷ ରହିଛି ଓ ଏହାର କାମ କିପରି ।

soap1
Picture credit-Find Your Japan

ଏହି ସାବୁନର କାମ ହେଉଛି ଗନ୍ଧ ଦୂର କରିବା ନାଁ କି ମଇଳା । ଏହାକୁ ଶୁଙ୍ଘିଲେ ଆପଣ କୌଣସି ସ୍ମେଲ ପାଇବେ ନାହିଁ କିନ୍ତୁ ଏହା ଆପଣହ୍କ ହାତର ଗନ୍ଧ ଦୂର କରିବ । ଉଦାହରଣ ସ୍ୱରୁପ ଆପଣ ଯଦି ରୋଷେଇ ଘରେ ପିଆଜ ରସୁଣ ସହ କାମ କରିଛନ୍ତି ଆଉ ଆପଣଙ୍କ ହାତ ସ୍ମେଲ ହଉଛି ତେବେ ଏହା ଦ୍ୱାରା ଆପଣଙ୍କ ହାତର ଗନ୍ଧ ଭଲଭାବରେ ଚାଲିଯିବ ।

ବାସ୍ତବରେ ଏହି ସାବୁନ ଇସ୍ପାତ ହୋଇଥିବାରୁ ଏହା ଆପଣଙ୍କ ହାତରୁ ସଲଫର ଅଣୁଗୁଡିକୁ ବାହାର କରିଥାଏ । ଯାହା ଏକ ଖରାପ ଗନ୍ଧ ଦେଇଥାଏ । ଏହି ସାବୁନ ଦ୍ୱାରା ଗନ୍ଧ ଦୂର ହୋଇ କମିଯାଇଥାଏ । ନେଗେଟିଭ ଭାବରେ ଚାର୍ଜ ହୋଇଥିବା ଷ୍ଟେନଲେସ ଷ୍ଟିଲ ସାବୁନ ଗନ୍ଧକୁ ଦୂର କରିବା ପାଇଁ ଥଣ୍ଡା ପାଣିର ପଜିଟିଭ ଚାର୍ଜ ହୋଇଥିବା ଆମିନୋ ଏସିଡ ସହ ମିଶି ଦୁର୍ଗନ୍ଧକୁ ଦୂର କରିଥାଏ ।

ଏବେ ଜାଣିବା ଏହା କିପରି ବ୍ୟବହାର ହେବ । ଏହା ବ୍ୟବହାର କରିବା ପାଇଁ ସେମିତି କିଛି ଖାସ ବିଶେଷ ଉପାୟ ନାହିଁ । ଏହି ସାବୁନକୁ ସାଧାରଣ ସାବୁନ ପରି ଘଷିବାକୁ ପଡିବ । ଫେଣ ବାହାରିବ ନାହିଁ । କିନ୍ତୁ ଜଳ ସାହାଯ୍ୟରେ ଏହାକୁ ଆପଣ ଘଷିବା ଦ୍ୱାରା ଆପଣହ୍କ ହାତର ଦୁର୍ଗନ୍ଧ ଦୂର ହେବ । ହେଲେ ସାବୁନରେ ସଲଫର ମଲିକୁଲ ଅର୍ଥାତ ଏହି ଣୁ ଗୁଡିକ ଲାଗିରହିଥାଏ ତେଣୁ ଏହାକୁ ଭଲଭାବରେ ଧୋଇଦେବା ଆବଶ୍ୟକ ।

ଯଦି ଆମେ ସାବୁନର ମୂଲ୍ୟ କଥା କହିବା ତେବେ ଏହାର ବିଭିନ୍ନ ଗୁଣ ଉପରେ ନିର୍ଭର କରେ ଏହାର ମୂଲ୍ୟ । ଇକମର୍ସ ୱେବ ସାଇଟ ଅନୁଯାୟୀ ସାବୁନର ମୂଲ୍ୟ ୨୫୦ଟଙ୍କାରୁ ୫୦୦ ଟଙ୍କା ରହୁଛି । ଆପଣ ଏହାକୁ ଅନଲାଇନରେ ଅର୍ଡର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.