Below header

ଆଇପିଏଲ୍‌ : ମୁମ୍ବାଇ ଇଣ୍ଡିଆନ୍‌ସକୁ ମାତ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ : ରୋହିତଙ୍କୁ ହରାଇ ଦେଲେ ପନ୍ତ । ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଗୋଟିଏ ସମୟରେ ଦିଲ୍ଲୀ ହାରିଯିବା ସ୍ଥିତିରେ ଥିଲା । ହେଲେ ଲଳିତ ଯାଦବ, ଅକ୍ଷର ପଟେଲ ଓ ଶାର୍ଦ୍ଦୁଲ ଠାକୁରଙ୍କ ହିରୋଗିରି ଦଳକୁ ୧୯ତମ ଓଭରରେ ଜିତାଇ ଦେଇଥିଲା ।

ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ମୁମ୍ବାଇ ଦଳ ୨୦ ଓଭରରେ ୫ ଓ୍ଵିକେଟ୍‌ ହାଇ ୧୭୭ ରନ୍‌ କରିଥିଲା । ଜବାବରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୨ ଓଭର ଖେଳି ୬ ଓ୍ଵିକେଟ୍‌ରେ ୧୭୯ ରନ୍‌ କରିଥିଲା । ଦଳ ପକ୍ଷରୁ ଓପ୍ନର ପୃଥ୍ଵୀ ସ ୩୮, ଲଳିତ ଯାଦବ ଅପରାଜିତ ୪୮, ଶାର୍ଦ୍ଦୁଳ ଠାକୁର ୧୧ ବଲ୍‌ରେ ୨୨ ରନ୍‌ ଏବଂ ଅକ୍ଷର ପଟେଲ ୧୭ ବଲ୍‌ରେ ଅପରାଜିତ ୩୮ ରନ୍‌ କରିଥିଲେ । ସେ ବୁମରାଙ୍କ ବଲ୍‌ରେ ବିଜୟସୂଚକ ଚୌକା ମାରିଥିଲେ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.