Below header

ଆଇପିଏଲ ପାଇଁ କମେଣ୍ଟେଟର୍ସ ପାଉଛନ୍ତି ଏତେ ଟଙ୍କା !

ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ । ଆଇପିଏଲ ପାଇଁ ଖେଳାଳୀଙ୍କୁ ତ କିଣାଯାଇଛି ତା ସହ ବ୍ରଡକାଷ୍ଟର ୮୦ଟି ସମୀକ୍ଷକଙ୍କ ଏକ ବିରାଟ ଟିମ ପ୍ରସ୍ତୁତ କରିଛି । ୮୦ଟି ସମୀକ୍ଷକଙ୍କ ଏହି ଟିମ ଷ୍ଟାର ସ୍ପୋର୍ଟସ ନେଟୱାର୍କର ୨୪ଟି ଚ୍ୟାନେଲରେ ୮ଟି ଭାଷାରେ ମନ୍ତବ୍ୟ ଦେବେ । ଯେମିତିକି ଆପଣ ଜାଣନ୍ତି କି ଆଇପିଏଲ ଖେଳୁଥିବା ଦଳ ଗୁଡିକରେ କୋଟି କୋଟିରେ ଖେଳାଳୀଙ୍କ ନିଲାମ କରାଯାଇଛି । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଅନେକ ଖେଳାଳୀଙ୍କୁ ଆଇପିଏଲ ଖେଳିବାକୁ କୋଟିକୋଟି ଟଙ୍କା ମିଳିଛି । ଖେଳାଳୀଙ୍କ ବିଡ୍‌ କୋଟି ପର୍ଯ୍ୟନ୍ତ ଯାଏ ହେଲେ କଣ ଆପଣ ଜାଣନ୍ତି କି ଆଇପିଏଲରେ ମନ୍ତବ୍ୟ ଦେଉଥିବା ସମୀକ୍ଷକମାନେ କେତେ ଟଙ୍କା ପାଆନ୍ତି । ଏଥର ହିନ୍ଦୀ ଓ ଇଂରାଜୀ ସମେତ ବିଭିନ୍ନ ଭିଷାରେ ମନ୍ତବ୍ୟ ଦେଉଥିବା ସମାଲୋଚକ ମାନଙ୍କୁ ଷ୍ଟାର ସ୍ପୋର୍ଟସ ନେଟୱର୍କ ଦ୍ୱାରା ଏକ ଅଚ୍ଛା ଖାସା ପରିମାଣ ଦିଆଯିବ ।

ଆଇପିଏଲ ମ୍ୟାଚ ପ୍ରସାରଣ କରୁଥିବା ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ, ସୁନିଲ ଗାଭାସ୍କର, ଅଞ୍ଜୁମ ଚୋପ୍ରା, ହରଭଜନ ସିଂ ଏବଂ ସୁରେଶ ରାଇନା ଙ୍କ ସମେତ ଅନେକ ଭେଟେରାନ ସାମିଲ ହୋଇଛନ୍ତି । ବ୍ରଡକାଷ୍ଟର ୮୦ଟି ସମୀକ୍ଷକଙ୍କ ଏକ ବିରାଟ ଦଳ ଏକାଠି କରିଛି । ୮୦ଟି ସମୀକ୍ଷକଙ୍କ ଏହି ଟିମ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କରେ ୨୪ଟି ଚ୍ୟାନେଲରେ ୮ଟି ଭାଷାରେ ମନ୍ତବ୍ୟ ଦେବେ । ଆପଣଙ୍କୁ କହିରଖୁଛୁ କି ହିନ୍ଦୀ ଇଂରାଜୀ ବ୍ୟତୀତ ମରାଠୀ, ତେଲୁଗୁ, କନ୍ନଡ଼, ବଙ୍ଗାଳୀ, ତାମିଲ ଓ ମାଲାୟାଲାମ ଭାଷାରେ କମେଣ୍ଟ୍ରି ହେବ ।

ଷ୍ଟାରସ୍ପୋର୍ଟ୍ସ ଅନୁଯାୟୀ ଆଇପିଏଲ ପାଇଁ ହିନ୍ଦୀରେ ରବି ଶାସ୍ତ୍ରୀ, ଆକାଶ ଚେପ୍ରା, ହରଭଜନ ସିଂ, ମହମଦ କୈଫ, ସୁରେଶ ରାଇନା, କିରଣ ମୋରେ, ଇରଫାନ ପଠାନ, ପାର୍ଥିବ ପଟେଲ, ପୀୟୁଷ ଚାୱାଲା, ନିଖିଲ ଚୋପ୍ରା, ମାୟନ୍ତ୍‌ୀ ଲେଙ୍ଗର, ଜଟିନ ସପରୁ ରହିଛନ୍ତି । ମହିଳାଙ୍କ ମଧ୍ୟରେ ହୋଷ୍ଟ ତଥା ସମୀକ୍ଷକ ତାନିଆ ପୁରୋହିତ ମଧ୍ୟ ଏହି ଦଳରେ ଯୋଗଦେବେ ।

ଏକ ରିପୋର୍ଟ ଅନୁଯାୟୀ ହିନ୍ଦୀ କମେଣ୍ଟର୍ସଙ୍କୁ ତଥା ସମୀକ୍ଷକଙ୍କୁ ୮୦ହଜାରରୁ ୩.୫ଲକ୍ଷ ଡଲାର ଅର୍ଥାତ ଆଇପିଏଲର ଏହି ସିଜିନ ପାଇଁ ୬୧ଲକ୍ଷରୁ ୨.୬୭କୋଟି ଟଙ୍କା ପାଇବାକୁ ଯାଉଛନ୍ତି । ଆକାଶ ଚୋପ୍ରାଙ୍କୁ ୨.୬କୋଟି ଟଙ୍କା ମିଳୁଥିବା ବେଳେ କିରଣ ମୋରେଙ୍କୁ ୧.୫କୋଟି, ସୁରେଶ ରାଇନାଙ୍କୁ ୧.୫, ହରଭଜନ ସିଂଙ୍କୁ ୧.୫କୋଟି ସହ ଇରଫାନ ପଠାନଙ୍କୁ ମଧ୍ୟ ୧.୫କୋଟି ମିଳିବ ।

ସେହିପରି ଇଂରାଜୀ ସମୀକ୍ଷକ ଦଳରେ ସୁନିଲ ଗାଭାସ୍କର, ହର୍ଷ ଭୋଗଲେ, ଲକ୍ଷ୍ମଣ ଶିବରାମକ୍ରିଷ୍ଣନ, ଅଞ୍ଜୁମ ଚୋପ୍ରା, ମୁରଲୀ କାର୍ତ୍ତିକ, ଦୀପଦାସ ଗୁପ୍ତା, ଇଆନ ବିଶପ, ଆଲାନ ୱିଲକିନ୍ସ, , ମାର୍କ ନିକୋଲାସ, ପୋମି ମିବାଙ୍ଗା, ମାଇକେଲ ସ୍ଲେଟର, ନିକ ନାଇଟ, ଡେନି ମୋରିସନ, ସାଇମନ ଡୁଲ, ମେଥ୍ୟୁହେଡେନ, କେବିନ ପିଟରସନ, ମୌର୍ନେ ମୌକେଲ, ଗ୍ରିମ ସ୍ମିଥ, ଗ୍ରୀମ ସ୍ୱାନ , ଡବ୍ଲୁବି ରମଣ ଓ ଡ଼ୈରେନ ଗଙ୍ଗା ରହିଛନ୍ତି । ଏହି କମେଣ୍ଟେଟର୍ସଙ୍କୁ ଆଇପିଏଲ ସିଜିନ ପାଇଁ ୨.୫ଲକ୍ଷରୁ ୫ଲକ୍ଷ ଡଲାର ଅର୍ଥାତ ୧.୯କୋଟିରୁ ୩.୮କୋଟି ଟଙ୍କା ପାଇବାକୁ ଯାଉଛନ୍ତି ।

ସୁନୀଲ ଗାଭାସ୍କର, ହର୍ଷ ଭୋଗଲେ , ଲକ୍ଷ୍ମଣ ଶିବାରାମକ୍ରିଷ୍ଣମ, କେଭିନ ପିଟରସନ, ଇଆନ ବିଶପ, ମାର୍କ ନିକୋଲାସ, ଏବଂ ମାଇକେଲ ସ୍ଲେଟରଙ୍କୁ ୩.୮କୋଟି ଟଙ୍କା ମିଳୁଥିବା ବେଳେ ଦୀପ ଦାସଗୁପ୍ତାଙ୍କୁ ୨.୬କୋଟି ଟଙ୍କା ଓ ମୁକରଲି କାର୍ତ୍ତିକ, ଅଞ୍ଜୁମ ଚୋପ୍ରାଙ୍କୁ ପୁରା ସିଜିନ ପାଇଁ ୧.୯କୋଟି ଟଙ୍କା ମିଳିବ ।

ଏପଟେ ବଙ୍ଗାଳୀ, ଗୁଜିରାଟୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲାମ ଭଳି ଆଞ୍ଚଳିକ ଭାଷାରେ ମଧ୍ୟ କମେଣ୍ଟ୍ରି ପାଇଁ ଧାର୍ଯ୍ୟ ମୂଲ୍ୟ ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.