ପେଶା ନୁହେଁ ନିଶା ଦେଖାଇଲା ରୋଜଗାରର ବାଟ

ଭୁବେଶ୍ବର (କେନ୍ୟୁଜ) : ନିଶା ଓ ପେଷା ପରସ୍ପରର ପରିପୂରକ। ବୟସ ବଢିବା ସହ ମଣିଷ ତାର ପେଷାକୁ ଆଦରି ନିଶାକୁ ଭୁଲିଯାଇଥାଏ। କିନ୍ତୁ ବେଳେବେଳେ ମଣିଷ ଏମିତି ଏକ ସମୟରେ ପହଁଚିଯାଇଥାଏ ଯେତେବେଳେ ତାକୁ ତାର ନିଶା ହିଁ ସାହାରା ଦେଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଏକ ଚରିତ୍ରଙ୍କ ସହ ଭେଟ କରାଇବୁ ଯିଏ ପେଶାରେ ଓକିଲାତି କରି ମଧ୍ୟ ତାଙ୍କର ପିଲା ଦିନର ନିଶାକୁ ଭୁଲି ନାହାଁନ୍ତି। ସେ ହେଉଛନ୍ତି ଭୁବନେଶ୍ୱରର ପୂର୍ବଶା ମିଶ୍ର।

ଓକିଲାତି କରିବା ପରେ କିଟ୍‌ ୟୁନିଭର୍ସିଟୀରୁ ଏମବିଏ କରି ବାଙ୍ଗାଲୋରରେ ଚାକିରି କରୁଥିଲେ ପୂର୍ବଶା। କିନ୍ତୁ ପ୍ରଥମ ସନ୍ତାନ ପରେ, ପିଲାଟିର ଲାଳନ ପାଳନ ପାଇଁ ସେ ଚାକିରି ଛାଡି ନିଜ ଘରକୁ ଫେରି ଆସିଲେ। ଏମିତି କିଛିଦିନ ଘରେ ରହିବା ପରେ ତାଙ୍କୁ କିଛି କାମ କରିବାକୁ ମନହେଲା। ତେଣୁ ସେ ତାଙ୍କର ପିଲା ଦିନର ଅଭ୍ୟାସ ମିକ୍ସମିଡିଆ ଆର୍ଟକୁ ପୁଣିଥରେ ଦୋହରାଇବା ଆରମ୍ଭ କଲେ।

ମିକ୍ଦମିଡିଆ ଆର୍ଟ କହିଲେ ଏହା ସଂପୂର୍ଣ୍ଣ ରୂପେ ପୁରୁଣା ଅଦରକାରୀ ପଦାର୍ଥକୁ ନୂଆ ରୁପଦେବା। ପୂର୍ବଶା ବି ଘରର ଯେକୌଣସି ପୁରୁଣା ଭଙ୍ଗାରୁଜା ବସ୍ତୁକୁ ଉଠାଇ ଆଣି କାନଭାସ୍‌ ରୂପେ ବ୍ୟବହାର କରି ତାକୁ ଏକ ନୂଆ ଘର ସଜା ଉପକରଣ ରୂପେ ପରିଣତ କରିଦିଅନ୍ତି। ନିଜ ପ୍ରତିଭାକୁ ସେ ସୋସିଆଲ ମିଡିଆରେ ପ୍ରକାଶ କଲେ, ଲୋକମାନେ ମଧ୍ୟ ତାଙ୍କର ଏହି ସୁନ୍ଦର ପ୍ରତିଭାକୁ ଦେଖି ବହୁ ପ୍ରଶଂସା କଲେ। ପୂର୍ବଶା ଏଥିରୁ କିଛି ରୋଜଗାର ମଧ୍ୟ କଲେ।

ବହୁତ ଦିନ ଧରି ଯେଉଁ କଳାକୁ ସେ ଭୂଲି ଯାଇଥିଳେ ଆଜି ସେହି ନିଶା ତାଙ୍କୁ କରୋନା ମହାମାରୀ ସମୟରେ ରୋଜଗାରର ବାଟ ଦେଖାଇ ଆର୍ଥିକ ରୂପେ ସାହାଯ୍ୟ ଦେଇପାରିଛି। ଖାଲି ମିକ୍ସ ମିଡିଆ ଆର୍ଟ ନୁହେଁ ସେ ଭଲ ଚିତ୍ର ବି ଆଙ୍କି ପାରନ୍ତି। କୋଭିଡ ମହାମାରୀ ସମୟରେ ଲୋକେ ଚାକିରି ହରାଇ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାବେଳେ ଘରେ ରହି ବେଶ କିଛି ଟଙ୍କା ରୋଜଗାର କରି ଘର ଚଳାଇ ପାରିବାରେ ସକ୍ଷମ ହୋଇପାରିଲେ ପୂର୍ବଶା। ଏଭଳି ଭାବେ ନିଜ ପ୍ରତିଭାକୁ ପରିପ୍ରକାଶ କରି ପୂର୍ବଶା ପାଲଟିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.