Below header

କରୋନାରୁ ସୁସ୍ଥ ହେବାକୁ ଷ୍ଟେରଏଡ୍‌ ବ୍ୟବହାର କରୁଛନ୍ତି କି! ଜାଣନ୍ତୁ ଏହାର ସାଇଡ୍‌ ଇଫେକ୍ଟ

କରୋନା ଆସିବା ପରେ ଷ୍ଟେରଏଡ୍‌ର ବ୍ୟବହାର ବହୁ ଗୁଣିତ ହୋଇଯାଇଛି। ସଂକ୍ରମଣ ଯେତେ ବଢ଼ୁଛି, ଏହାର ବ୍ୟବହାର ବି ସେତେ ବଢ଼ୁଛି। ଅନ୍ୟପଟେ ଷ୍ଟେରଏଡ୍‌ର ଅଧିକ ସେବନ ଫଳରେ ବ୍ଲାକ୍‌ ଫଙ୍ଗସ ଭଳି ମାମଲା ବୃଦ୍ଧି ପାଇଛି। ଏକ୍ସପର୍ଟଙ୍କ କହିବାନୁସାରେ, ଅଧିକ ଷ୍ଟେରଏଡ୍‌ ନେବା ଦ୍ୱାରା ବ୍ଲାକ ଫଙ୍ଗସର ଆଶଙ୍କା ବଢ଼ୁଛି। ଏହାର ଅଧିକ ବ୍ୟବହାର ଶରୀର ଉପରେ କୁ-ପ୍ରଭାବ ପକାଇଥାଏ। ଏଣୁ କେବଳ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଷ୍ଟେରଏଡ୍‌ ନେବାକୁ ବିଶେଷଜ୍ଞ ମତ ଦିଅନ୍ତି।

କେତେକ ଗମ୍ଭୀର ଶାରୀରିକ ସମସ୍ୟା ଥିବା ରୋଗୀଙ୍କୁ ହିଁ ଷ୍ଟେରଏଡ୍‌ ଦିଆଯାଏ। ଏହା ଏକ ଜୀବନ ରକ୍ଷକ ଔଷଧ। ଆଜ୍‌ମା, ଅଟୋଇମ୍ୟୁନ୍‌ ଡିଜିଜ୍‌, କ୍ୟାନ୍‌ସର ଆଦି ଗମ୍ଭୀର ରୋଗୀଙ୍କୁ ଷ୍ଟେରଏଡ୍‌ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଷ୍ଟେରଏଡ୍‌ ଶରୀରର କିଛି ଲାଭ କରୁଥିବା ବେଳେ ଅନେକ କିଛି କ୍ଷତି ବି କରିଥାଏ। ଆସନ୍ତୁ ଜାଣିବା ଷ୍ଟେରଏଡ୍‌ ନେବାର ସାଇଡ୍‌ ଇଫେକ୍ଟ ସମ୍ପର୍କରେ …

ଷ୍ଟେରଏଡ୍‌ ଏକ ଏଭଳି ଔଷଧ, ଯାହା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିଥାଏ। କିନ୍ତୁ ଏହାର ଅତ୍ୟଧିକ ସେବନ ଆପଣଙ୍କ ଇମ୍ୟୁନ ରେସପନ୍ସକୁ କମ୍‌ କରିଦିଏ। ଏହି କଣ୍ଡିସନ ଶରୀର ପାଇଁ ଘାତକ ହୋଇପାରେ।

ଲଗାତାର ଷ୍ଟେରଏଡ୍‌ ସେବନ କଲେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ଦ୍ୱାରା ଶରୀରରେ ଅନ୍ୟ ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିଯାଏ।

ଅଧିକ ଷ୍ଟେରଏଡ୍‌ ସେବନ ଫଳରେ ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଶରୀର ଓ ମୁହଁରେ ଛୋଟ ଛୋଟ ରୁମ ଉଠେ।

ଏହା ଦ୍ୱାରା ଶରୀରରେ ସୁଗାର ଲେବଲ ବି ବଢ଼ିଯାଏ। ଏଣୁ ଡାଇବେଟିସ୍‌ ରୋଗୀ ଅଧିକ ଷ୍ଟେରଏଡ୍‌ ଉପରେ ନିର୍ଭର ନ କରିବାକୁ ଏକ୍ସପର୍ଟମାନେ ପରାମର୍ଶ ଦିଅନ୍ତି।

ଷ୍ଟେରଏଡ୍‌ର ମୁଖ୍ୟ କାମ ଶରୀରରେ ହେଉଥିବା ଇନ୍‌ଫ୍ଲେମେସନ୍‌କୁ ଦୂର କରିବା। ମଧୁମେହ ରୋଗୀ ଷ୍ଟେରଏଡ୍‌ ନେବା ପରେ ସେମାନଙ୍କ ସୁଗାର ଲେବଲ ଅତ୍ୟଧିକ ବଢ଼ିଯାଏ। ଏହାକୁ ଅଧିକ ସେବନ କରିବା ଦ୍ୱାରା ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି ସ୍ଥିତିରେ ବ୍ଲାକ୍‌ ଫଙ୍ଗସ ହେବାର ଆଶଙ୍କା ବଢ଼ିଯାଏ।

କରୋନାର ଦ୍ୱିତୀୟ ଲହରରେ କେତେକ ଡାଇବେଟିସ୍‌ ରୋଗୀଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହୋଇଛି। କରୋନାରୁ ସୁସ୍ଥ ହେବା ପାଇଁ ଯେଉଁମାନେ ଷ୍ଟେରଏଡ୍‌ର ହାଇ ଡୋଜ୍‌ ନେଇଛନ୍ତି, ସେମାନଙ୍କ ଠାରେ ବ୍ଲାକ୍‌ଫଙ୍ଗସର ଆଶଙ୍କା ଅଧିକ ରହିଛି। ଏଣୁ ଯଦି ଆପଣ ଷ୍ଟେରଏଡ୍‌ ବ୍ୟବହାର କରୁଥାନ୍ତି ତେବେ କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ କରନ୍ତୁ, ନଚେତ୍‌ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.