Below header

ଦୁର୍ଘଟଣାରେ ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବାଂଶପାଳ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ୪୯ ନଂ ଜାତୀୟ ରାଜପଥ ବାୟାକୁମୁଟିଆ ଛକରେ ଗତକାଲି ଅଜଣା ଗାଡି ଧକ୍କାରେ ବାୟାକୁମୁଟିଆ ଗ୍ରାମର ରବୀନ୍ଦ୍ର ପଧାନ ନାମକ ଜଣେ ଯୁବକଙ୍କ ମୃତ୍ଯୁ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ତେବେ ସଦର ଥାନା ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ମୃତ ଯୁବକଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରିବା ପରେ ରାଜପଥରୁ ଶବ ଉଠିଥିଲା ଓ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା ।

ତେବେ ଆଜି ସକାଳେ ପୁଣି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡି ଅଟକି ରହିଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.