Below header

ଇଏ ହେଉଛନ୍ତି ଦୁନିଆର ସବୁଠାରୁ କମ୍‌ ବୟସ୍କ ମା’, ମାତ୍ର ୫ ବର୍ଷ ବୟସରେ କରିଥିଲେ ସନ୍ତାନ ପ୍ରସବ

ପ୍ରାପ୍ତ ବୟସ୍କ ହେବା ପରେ ଯୁବତୀ ମା’ ହେବା ତ ସମସ୍ତେ ଜାଣନ୍ତି କିନ୍ତୁ ମାତ୍ର ୫ ବର୍ଷ ବୟସରେ କେହି ଗର୍ଭବତୀ ହେବା ଓ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କୌଣସି କାହାଣୀରେ ନୁହେଁ ବରଂ ସତରେ ଜଣେ ୫ ବର୍ଷୀୟା ଶିଶୁ ବନିଛନ୍ତି ମା’। ଘଟଣାଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଆଜି ବି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପେରୁ ନିବାସୀ ଲିନା ମଦିନା ନାମକ କନ୍ୟା ମାତ୍ର ୫ ବର୍ଷ ବୟସରେ ଏକ ସୁସ୍ଥ ଶିଶୁ ଜନ୍ମ କରି ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଡାକ୍ତରମାନେ ମଧ୍ୟ ଏତେ କମ୍‌ ବୟସରୁ କେହି ମା’ ହେବା ଘଟଣାକୁ ବିଶ୍ୱାସ କରିପାରିନଥିଲେ। ଆଜି ପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନ ଏହି ଘଟଣା ପଛର କାରଣ ଖୋଜିପାରିନାହିଁ।

ଲିନାଙ୍କ ଜନ୍ମ ପେରୁର ତିକ୍ରାପୋଠାରେ ୨୭ ସେପ୍ଟେମ୍ବର ୧୯୩୩ ମସିହାରେ ହୋଇଥିଲା। ୫ ବର୍ଷ ବୟସରେ ତାଙ୍କ ପେଟର ଆକାର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା। ଟ୍ୟୁମର ଯୋଗୁ ଏଭଳି ପେଟ ଫୁଲୁଥିବା ଭାବି ଲିନାର ପିତାମାତା ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ସେଠାରେ ଜଣାପଡ଼ିଥିଲା ଯେ ଲିନା ଗର୍ଭବତୀ ଅଛନ୍ତି।

କିଛି ଅଘଟଣ ଆଶଙ୍କା କରି ଡାକ୍ତରମାନେ ଲିନାଙ୍କୁ ମେଡିକାଲରେ ରଖିଥିଲେ। ଶେଷରେ ୧୪ ମେ ୧୯୩୯ ମସିହାରେ ଅପରେସନ୍‌ ମାଧ୍ୟମରେ ଲିନା ଏକ ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ମୁତାବକ ଲିନାଙ୍କର ମାତ୍ର ୩ ବର୍ଷ ବୟସରେ ମାସିକ ଧର୍ମ ଆରମ୍ଭ ହୋଇଯାଇଥିଲା। ଲିନାଙ୍କ ପୁଅକୁ ତାଙ୍କ ଭାଇ ହିସାବରେ ଘରେ ଲାଳନପାଳନ କରାଯାଇଥିଲା।

୧୯୭୦ ମସିହାରେ ଲିନା ରାଓଲ ଜୁରୋଦୋ ନାମ ଯୁବକଙ୍କୁ ବିବାହ କରିଥିଲେ। ୧୯୭୨ ମସିହାରେ ସେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ୧୯୭୯ ମସିହାରେ ମାତ୍ର ୪୦ ବର୍ଷ ବୟସରେ ତାଙ୍କ ପ୍ରଥମ ସନ୍ତାନର ମୃତ୍ୟୁ ଏକ ଅଜଣା ରୋଗରେ ହୋଇଥିଲା।

ଲିନାଙ୍କ ମାମଲାରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ସେ ଛୁଆର ବାପା କିଏ। ଏହି ଘଟଣାରେ ପୋଲିସ ଲିନାଙ୍କ ବାପାଙ୍କୁ ସନ୍ଦେହ କରି ଗିରଫ କରିଥିଲେ ମଧ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ି ଦେଇଥିଲା। ତେଣୁ ଲିନାଙ୍କ ଗର୍ଭବତୀ ହେବା ପାଇଁ କିଏ ଦାୟୀ ତାହା ଏବେ ମଧ୍ୟ ରହସ୍ୟ ଘେରରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.