କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁରେ ଜାରି ହେଲା ଓ୍ଵାରେଣ୍ଟ, ୩୦ ବର୍ଷ ତଳେ ଲେଖିଥିବା ବହି ପାଇଁ ଏବେ ମାମଲା

ତିରୁବନନ୍ତପୁରମ୍‌ : ୩୦ ବର୍ଷ ତଳେ ସେ ଲେଖିଥିଲେ ଏକ ବହି । ଆଉ ଏବେ ସେହି ବହିରେ ଥିବା ଗୋଟିଏ ପ୍ରସଙ୍ଗ ପାଇଁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଉ କେରଳର ତିରୁବନନ୍ତପୁରମ୍‌ର ଏକ କୋର୍ଟ କଂଗ୍ରେସ ନେତା ତଥା ଲେଖକ ଶଶି ଥରୁରଙ୍କୁ ସମନ୍‌ କରିଛନ୍ତି । ‘ଦ ଗ୍ରେଟ୍‌ ଇଣ୍ଡିଆ ନଭେଲ’ ନାମକ ପୁସ୍ତକରେ ‘ନାୟର ମହିଳା’ଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି । ଗତକାଲି ମାମଲାର ପ୍ରଥମ ଶୁଣାଣି ହୋଇଥିଲା ।

‘ଦ ଗ୍ରେଟ୍‌ ଇଣ୍ଡିଆ ନଭେଲ’ ପୁସ୍ତକ ଥରୁରଙ୍କର ଏକ ବ୍ୟଙ୍ଗତ୍ମକ ଲେଖା । ଯାହା ୧୯୮୯ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତେବେ ଏହି ଓ୍ଵାରେଣ୍ଟ ବିରୋଧରେ ଆବେଦନ କରାଯିବ ବୋଲି ଥରୁରଙ୍କ ଓକିଲ କହିଛନ୍ତି । ସୂଚନାଯୋଗ୍ୟ ଯେ ଜଣେ ଭଲ ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ଥରୁର ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.