Below header

ପୁଅମାନେ ଯେତିକି ସନ୍ତୁଷ୍ଟି ଲାଭ କରନ୍ତି, ତା’ଠାରୁ କାହିଁ କେତେ ଗୁଣ ଅଧିକ ଚିନ୍ତାରେ ଥାନ୍ତି

ଶାରୀରିକ ସମ୍ପର୍କକୁ ନେଇ ଉଭୟ ପୁରୁଷ ଓ ମହିଳାଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ଯାହାକୁ ସେ କାହାକୁ ସଂକୋଚରେ ପଚାରି ପାରି ନଥାନ୍ତି। ପୁରୁଷମାନେ ଶାରୀରିକ ସମ୍ପର୍କ ବେଳେ ଅସୀମ ଆନନ୍ଦ ପାଇଥାନ୍ତି ବୋଲି ଝିଅଙ୍କ ମନରେ ଏକ ଧାରଣା ରହିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମ୍ଭୋଗ ବେଳେ ପୁଅମାନେ ଯେତିକି ସନ୍ତୁଷ୍ଟି ଲାଭ କରନ୍ତି, ତା’ଠାରୁ କାହିଁ କେତେ ଗୁଣ ଅଧିକ ଚିନ୍ତାରେ ଥାନ୍ତି। ସହବାସକୁ ନେଇ ପୁରୁଷମାନେ ବିଭିିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯାହା ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି।

ପୁରୁଷଙ୍କ ଉପରେ ଅକ୍ସିଟୋସିନ୍‌ର ପ୍ରଭାବ:

ରୋମାଣ୍ଟିକ୍‌ ମୁହୂର୍ତ୍ତରେ ଉଭୟ ମହିଳା ଓ ପୁରୁଷଙ୍କ ଶରୀରରୁ ହରମୋନ୍‌ ନିର୍ଗତ ହୋଇଥାଏ। ସ୍ୱିଜରଲ୍ୟାଣ୍ଡରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ପୁଅମାନଙ୍କ ଶରୀରରୁ ଅକ୍ସିଟୋସିନ୍‌ ନିର୍ଗତ ହେବା ଦ୍ୱାରା ପାର୍ଟନରଙ୍କ ପ୍ରତି ବିଶ୍ୱାସ ଭାବ ବଢ଼େ।

ଅଧିକ ଟେଷ୍ଟୋଷ୍ଟେରନ୍‌ ଅର୍ଥ କମ୍‌ ସହବାସ:

ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ ପୁରୁଷଙ୍କ ଶରୀରରେ ଉତ୍ତେଜନା ସୃଷ୍ଟି କରେ। ଏଣୁ ସହବାସ ବେଳେ ପୁରୁଷଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍‌ର ମାତ୍ରା ଯେତେ ଅଧିକ ସେମାନେ ଶାରୀରିକ ସମ୍ପର୍କ ବେଳେ ସେତେ କମ୍‌ ଆକ୍ଟିଭ୍‌ ରହିଥାନ୍ତି। ଖାସ୍‌ କରି ବିବାହିତ ପୁରୁଷଙ୍କ କ୍ଷେତ୍ରରେ ଏଭଳି ସଙ୍କେତ ଅଧିକ ଦେଖିବାକୁ ମିଳେ।

ସମ୍ବନ୍ଧ ବେଳେ ମୃତ୍ୟୁ:

ଶାରୀରିକ ସମ୍ପର୍କ ବେଳେ ହୃଦ ସ୍ପନ୍ଦନ ଅଧିକ ରହୁଥିବାରୁ ଏହି ସମୟରେ ପୁରୁଷଙ୍କ ମୃତ୍ୟୁ ହେବା ଆଶଙ୍କା ବଢ଼ିଯାଏ। ତେବେ ଏହା କେବଳ ପରକୀୟା ପ୍ରୀତି ବେଳେ ହୋଇଥାଏ। କାରଣ ସେତେବେଳେ ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ରହିଥାଏ।

ଅର୍ଗାଜମ୍‌ ଓ ସ୍ତନ କର୍କଟ:

ଗ୍ରୀସ୍‌ରେ କରାଯାଇଥିବା ଏକ ରିସର୍ଚ୍ଚ ମୁତାବକ ଅର୍ଗାଜମ୍‌ ବା ଚରମ ସୁଖର ମାତ୍ରା ସହ ପୁରୁଷଙ୍କ ସ୍ତନ କର୍କଟର ସମ୍ପର୍କ ରହିଥାଏ। ସ୍ତନ କର୍କଟ ଦେଖା ଦେଉଥିବା ପୁରୁଷଙ୍କ ଠାରେ ଅର୍ଗାଜମ୍‌ ଠିକ୍‌ ଭାବେ ହୋଇନଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

ଆଙ୍ଗୁଠି ଆକାର ବି ଦିଏ ସୂଚନା:

ୟୁନିଭର୍ସିଟି ଅଫ୍‌ ଲିଭରପୁଲ ରିସର୍ଚ୍ଚ ମୁତାବକ ଯେଉଁ ପୁରୁଷଙ୍କ ମଝି ଆଙ୍ଗୁଠି ତର୍ଜନୀଠାରୁ ବଡ଼ ହୋଇଥାଏ ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍‌ର ମାତ୍ରା ଉତ୍ତମ ଥାଏ। ମଝି ଆଙ୍ଗୁଠି ତର୍ଜନୀଠାରୁ ସାନ ହୋଇଥିଲେ ହରମୋନ୍‌ ଲେବଲ କମ୍‌ ଥାଏ। ଏହି ଭଳି ଭାବେ ଆପଣ ଆଙ୍ଗୁଠି ଦେଖି ହରମୋନ୍‌ ଲେବଲ ଜାଣିପାରିବେ।

ଅସାଧାରଣ ସହବାସ ପୁରୁଷଙ୍କୁ ପସନ୍ଦ:

ସମ୍ବନ୍ଧ ବେଳେ ପୁରୁଷମାନେ କିଛି ନୂଆ କରିବାକୁ ପସନ୍ଦ କରିଥାନ୍ତି। ବେଳେ ବେଳେ ପୁରୁଷମାନେ ଏଭଳି ଜିନିଷକୁ ପସନ୍ଦ କରନ୍ତି ଯାହାକୁ ସମାଜ ଗ୍ରହଣ କରିପାରେ ନାହିଁ।

ପରିବାର ଦ୍ୱାରା ପ୍ରଭାବିତ ହୁଏ ଟେଷ୍ଟୋଷ୍ଟେରନ୍‌:

ପରିବାର ସହ ଅଧିକ ଜଡ଼ିତ ଥିବା ପୁରୁଷଙ୍କ ଠାରେ ଟେଷ୍ଟୋଷ୍ଟେରନ୍‌ର ମାତ୍ରା କମ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.