Below header

ଉତ୍ତରାଖଣ୍ଡର ଏହି ରହସ୍ୟମୟ ମନ୍ଦିର, ଯେଉଁଠି ଭକ୍ତଙ୍କ ପ୍ରବେଶ ମନା

ଦେଶର ଅନେକ ସ୍ଥାନରେ ଦେବୀଦେବତାଙ୍କର ମନ୍ଦିର ରହିଛି। ଏହା ମଧ୍ୟରୁ ଉତ୍ତରାଖଣ୍ଡ ଅନ୍ୟତମ। ଏହାର ପ୍ରତି ସ୍ଥାନରେ ଭଗବାନଙ୍କର ବାସ ଅଛିି। ସେଥିପାଇଁ ଏହି ସ୍ଥାନ ଦେବଭୂମି ନାମରେ ପରିଚିତ। ସାରା ଦେଶରେ ଥିବା ସବୁ ମନ୍ଦିରର ସ୍ୱତନ୍ତ୍ର ମାନ୍ୟତା ମଧ୍ୟ ରହିଛି। ସବୁ ମନ୍ଦିରର କିଛି ନିୟମ ରହିଛି। ଯାହାକୁ ଭକ୍ତଗଣ ପୁରା ନିଷ୍ଠାର ସହ ପାଳନ କରିଥାନ୍ତି। ଦୁନିଆରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ମହିଳାଙ୍କ ପ୍ରବେଶ ମନା।

ଆମେ ଆଜି ଆପଣଙ୍କୁ ଏମିତି ଏକ ମନ୍ଦିର ସଂପର୍କରେ କହିବାକୁ ଯାଉଛୁ , ଯେଉଁଠି ପୁରୁଷ ଓ ମହିଳା ଉଭୟଙ୍କ ପ୍ରବେଶକୁ ନିଷେଧ କରାଯାଇଛି। ଏଠାକୁ ମାନ୍ୟଗଣ୍ୟ ଲୋକଙ୍କର ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।

temple 1224
pc: amarujala

ଉତ୍ତରାଖଣ୍ଡର ଚମୋଲି ଇଲାକାରେ ଅବସ୍ଥିତ ଲାଟୁ ଭଗବାନଙ୍କ ମନ୍ଦିର। ଯାହା ସମୁଦ୍ର ପତ୍ତନ ଠାରୁ ୮୫୦୦ଫୁଟ ଉଚ୍ଚରେ ରହିଛି। ବିଶାଳ ଦେବଦାରୁ ବୃକ୍ଷ ତଳେ ଏହି ଛୋଟ ମନ୍ଦିର ଅଛି। ଏଠି ଭକ୍ତମାନେ ଆସନ୍ତି ସତ। କିନ୍ତୁ ୭୫ଫୁଟ ଦୂରରେ ରହି ଭଗବାନଙ୍କର ପୂଜା କରିଥାନ୍ତି। ଏହି ମନ୍ଦିରରେ ନିୟୋଜିତ ଥିବା ପୂଜାରୀ ବର୍ଷକୁ ଥରେ ଆସନ୍ତି। ପୂଜା କରିବା ପାଇଁ ଆଖିରେ ପଟ୍ଟି ଏବଂ ନାକରେ କପଡା ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରନ୍ତି।
ପୁରାଣ ଅନୁଯାୟୀ, ଲାଟୁ ଦେବତା ଉତ୍ତରାଖଣ୍ଡର ଆରଧ୍ୟ ଦେବୀ ମାଁ ନନ୍ଦା ଭଗବତୀଙ୍କ ଛୋଟ ଭାଇ ଥିଲେ। ୧୨ ବର୍ଷକୁ ଥରେ ହେଉଥିବା ପ୍ରସିଦ୍ଧ ନନ୍ଦା ରାଜଜାତ ଯାତ୍ରାକୁ ନନ୍ଦା ଦେବୀ ଭାଇ ଲାଟୁଙ୍କୁ ସାକ୍ଷାତ କରିବା ପାଇଁ ୧୨ ଥରରେ ଏହି ଗାଁକୁ ପହଞ୍ଚିଥାନ୍ତି। ଏହାପରେ ଭାଇ ଲାଟୁ ନନ୍ଦାଦେବୀଙ୍କୁ ଛାଡିବା ପାଇଁ ହିମକୁଣ୍ଡ ପର୍ଯ୍ୟନ୍ତ ଯାଇଥାନ୍ତି।

temple 122
pc: youtube

ଏହି ମନ୍ଦିର ବର୍ଷକୁ ଥରେ ଅର୍ଥାତ୍‌ ବୈଶାଖ ମାସର ପୂର୍ଣ୍ଣିମାରେ ଖୋଲିଥାଏ। ଏହି ଦିନ ବିଷ୍ଣୁ ସହସ୍ରନାମ ଏବଂ ଭଗବତୀ ଚଣ୍ଡିକା ପାଠ କରାଯାଏ। ବିଶ୍ୱାସ ରହିଛି ଯେ ମନ୍ଦିର ଭିତରେ ନାଗରାଜ ନିଜ ଅଦ୍ଭୁତ ମଣି ସହ ଏଠାରେ ବିରାଜମାନ କରିଛନ୍ତି। ଏହି ମଣିର ତେଜ ଅଧିକ ରହିଥିବା କାରଣରୁ ଖାଲି ଆଖିରେ ଏଠାରେ ପୂଜା କରିବା ଅସମ୍ଭବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.