Below header

ଅଜବ ଜାଗା, ଯେଉଁଠି ପରିବାର ସଦସ୍ୟଙ୍କ ମୃତ୍ୟୁରେ ଅଶ୍ଳୀଳ ନୃତ୍ୟ କରନ୍ତି ଯୁବତୀ!

ଅଜବ ଏହି ଜାଗା, ଯେଉଁଠି ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଲେ, ପରିବାର ଲୋକେ ଠୁମ୍‌କା ଲଗେଇ ଖୁସିରେ ଡ୍ୟାନ୍ସ କରିଥାଆନ୍ତି। ସେମାନେ ଷ୍ଟ୍ରିପ୍‌ ଡ୍ୟାନ୍ସରଙ୍କୁ ଘରକୁ ଡାକି ନୃତ୍ୟ ପ୍ରଦର୍ଶନ କରାଇଥାଆନ୍ତି। ଆସନ୍ତୁ ଜାଣିବା, କେଉଁଠି ଚାଲିଛି ଏଭଳି ନିଆରା ଟ୍ରେଣ୍ଡ।

ଏହି ଅଜବ ପରମ୍ପରା ଚୀନରେ ଦେଖିବାକୁ ମିଳିଥାଏ, ଏହା କୌଣସି ପୌରାଣିକ ପରମ୍ପରା ନୁହେଁ, ବରଂ ବର୍ତ୍ତମାନର ଲୋକେ କାହାର ମୃତ୍ୟୁରେ ଷ୍ଟ୍ରିପ୍‌ ଡ୍ୟାନ୍ସ ବା ଅଶ୍ଳୀଳ ନୃତ୍ୟ କରିଥାଆନ୍ତି। ଏହାକୁ ଲାଗୁ କରିବା ପଛରେ ଚକିତ କଲା ଭଳି ଏକ କାରଣ ରହିଛି। ଚୀନରେ ଲୋକଙ୍କ ପାଖରେ କାହାର ଶୋକସଭାକୁ ଯିବା ପାଇଁ ସମୟ ନ ଥାଏ। ତେଣୁ ସମସ୍ତଙ୍କୁ ଏକାଠି କରିବା ପାଇଁ ଲୋକେ ଏଭଳି ପରମ୍ପରା ଆରମ୍ଭ କରିଛନ୍ତି।

ଏହାସହ ପଢ଼ନ୍ତୁ: ଏହା ଏଭଳି ଏକ ଛତୁ, ଯାହାକୁ ଛୁଇଁଲା ମାତ୍ରେ ହୋଇଥାଏ ମୃତ୍ୟୁ!

ଲୋକଙ୍କ ସାମ୍ନାରେ ଡ୍ୟାନ୍ସ କରିବା ପାଇଁ ଡ୍ୟାନ୍ସରମାନେ ଘରେ ପହଞ୍ଚି ନୃତ୍ୟ କରିଥାଆନ୍ତି, ଆଉ ଯେଉଁଥିପାଇଁ ସେମାନଙ୍କୁ ଦେଖିବା ବାହାନାରେ ଲୋକେ ଶୋକସଭାରେ ପହଞ୍ଚିଯାଆନ୍ତି। ଦୁଃଖକୁ ଭୁଲି ଚିରାଚରିତ ଜୀବନଶୈଳୀକୁ ଫେରିଆସିବା ପାଇଁ ମଧ୍ୟ ଏଭଳି ପ୍ରୟାସ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.