ଫେଷ୍ଟିଭ୍‌ ଅଫର: ବଜାଜ୍‌ର ୫ ଗିୟରଯୁକ୍ତ ବାଇକ୍‌ରେ ମିଳୁଛି ଏହି ଆକର୍ଷଣୀୟ ଅଫର, ତୁରନ୍ତ କିଣନ୍ତୁ

ଦେଶରେ ପାର୍ବଣର ଉତ୍ସବ ଆରମ୍ଭ ହୋଇସାରିଛି। ବଜାର ମଧ୍ୟ ସଜା ହୋଇରହିଛି। ଲୋକେ ବି ପୂଜାର ଭରପୂର ଫାଇଦା ଉଠାଇବା ପାଇଁ ବାହାରିଗଲେଣି। ଅଟୋ ସେକ୍ଟର ମଧ୍ୟ ଆକର୍ଷଣୀୟ ଅଫର ଦେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି। ଯେଉଁ କମ୍ପାନୀ ପୂର୍ବରୁ ଅଫର ଦେଉନଥିଲେ ସେମାନେ ମଧ୍ୟ ଏବେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଫରର ବର୍ଷା କରିବାରେ ଲାଗିପଡ଼ିଲେଣି। ବଜାଜ୍‌ ଅଟୋ ଏହି ଥର ପୂଜା ଅବସରରେ କେତେକ ଖାସ୍‌ ଅଫର ଓ ଡିସ୍‌କାଉଣ୍ଟ ଦେଉଛି।

ଏହାସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ୟାମାହାର ନୂଆ MT 03 ବାଇକ୍‌ ଫଟୋ, ଯୁବପିଢ଼ିଙ୍କ ପାଇଁ ଏଥିରେ ରହିଛି ଖାସ୍‌ ଫିଚର

ବଜାଜ୍‌ ଅଟୋ Platina H-Gear ୧୧୦ ଉପରେ ୩୭୦୦ ଟଙ୍କାର ରିହାତି ଦେଉଛି। ଏହାଛଡ଼ା କମ୍ପାନୀ ତରଫରୁ ଏହି ବାଇକ୍‌ ଉପରେ ୫ ଫ୍ରି ସର୍ଭିସ୍‌ ଏବଂ ୫ ବର୍ଷର ଓ୍ଵାରେଣ୍ଟି ମଧ୍ୟ ମିଳୁଛି। ପ୍ଲାଟିନା ନିଜ ସେଗ୍‌ମେଣ୍ଟର ଏକ ଉତ୍ତମ ବାଇକ୍‌। ୫ ଗିୟରରେ ଆସୁଥିବା ଏହା ପ୍ରଥମ ବାଇକ୍‌ ମଧ୍ୟ।

Bajaj Platina 110 H-Gear ଡ୍ରମ୍‌ ଓ୍ଵାରେଣ୍ଟିର ଏକ୍ସ ଶୋ-ରୁମ୍‌ ମୂଲ୍ୟ ୫୩,୮୭୫ ଟଙ୍କା ଏବଂ ଡିସ୍କ ଓ୍ଵାରେଣ୍ଟିର ମୂଲ୍ୟ ୫୬,୩୭୧ ଟଙ୍କା ରହିଛି। ଏଥିସହ ବାଇକରେ ଏଣ୍ଟ୍ରି ସ୍କିଡ୍‌ ବ୍ରେକିଂ ସିଷ୍ଟମ୍‌ ମଧ୍ୟ ମିଳିବ। କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ବାଇକରେ ନାଇଟ୍ରାକ୍ସ ସସ୍‌ପେନ୍ସ ସହ ComforTec ଟେକ୍ନୋଲୋଜି, ଲମ୍ବା ସିଟ୍‌, ବଡ଼ ଫୁଟ୍‌ ଫ୍ୟାଡ୍ସ ଭଳି ଫିଚର ମଧ୍ୟ ମିଳିବ।

Bajaj Platina 110 H-Gear ରେ ୧୧୫ସିସିର ଇଞ୍ଜିନ୍‌ ଦିଆଯାଇଛି, ଯାହା ୭୦୦୦ ଆର୍‌ପିଏମ୍‌ ଉପରେ ୮.୬ ପିଏସ୍‌ର ପାଓ୍ଵାର ଏବଂ ୫୦୦୦ ଆର୍‌ପିଏମ୍‌ ଉପରେ ୯.୮୧ ଏନ୍‌ଏମ୍‌ର ଟର୍କ ଦିଆଯାଇଛି। ବଜାଜ୍‌ ଏହି ବାଇକରେ ୫ ସ୍ପିଡ୍‌ ଗିୟରବକ୍ସର ଫିଚର ଦିଆଯାଇଛି। Bajaj Platina 110 H-Gear ବାଇକ ୩ ଟି ରଙ୍ଗ Ebony Black ସହ ବ୍ଲୁ, Ebony Black ସହ ରୟାଲ ବର୍ଗନ୍‌ଡି ଏବଂ Ebony Black ସହ କକ୍‌ଟେଲ୍‌ ଓ୍ଵାଇନ୍‌ ରେଡ୍‌ ରଙ୍ଗରେ ଉପଲବ୍ଧ ହେଉଛି। ବାଇକ୍‌ରେ ୧୧ ଲିଟରର ତେଲ ଟାଙ୍କି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.