Below header

CRPF ଯବାନ ପ୍ରମୋଦ କୁମାରଙ୍କ ଭିଡିଓ ଭାଇରାଲ୍‌, ନିଜ ଚାଷ ଜମିକୁ ଫେରିପାଇବାକୁ କଲେ ନିବେଦନ

ଛତିଶଗଡ଼(କେନ୍ୟୁଜ୍): ଦେଶକୁ ସୁରକ୍ଷା ଯୋଗାଉଥିବା ଯବାନ୍‌ ଏବେ ଆଗେଇ ଆସିଛନ୍ତି ନିଜ ଭିଟାମାଟିର ସୁରକ୍ଷା ପାଇଁ । ଏନେଇ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାର CRPF ଯବାନଙ୍କ ଭିଡିଓ ଭାଇରାଲ୍‌ ହୋଇଛି । 74 ବାଟାଲିୟନର CRPF ଯବାନ ପ୍ରମୋଦ କୁମାର ନିଜ ଚାଷ ଜମିକୁ ଫେରିପାଇବା ପାଇଁ ନିବେଦନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଗତ ୫୦ବର୍ଷ ଧରି ତାଙ୍କ ୩ ଜଣ ଦାଦା ଜମିକୁ ହଡପ କରି ବସିଛନ୍ତି । ପେରସ୍ତ ମାଗିଲେ ତାଙ୍କ ପରିବାର ଲୋକଙ୍କୁ ମାଡ ମରାଯାଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସେ ସ୍ଥାନୀୟ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରି ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଗୁହାରୀ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.