ନିଜେ ରକ୍ଷା କଲେନି କି କାହାକୁ ଅନୁମତି ଦେଲେ ନାହିଁ, ଆଖି ସାମ୍ନାରେ ୩ ଘଣ୍ଟା ଧରି ଜଳିଲେ ଯୁବତୀ ! ପୋଲିସ ଉପସ୍ଥିତ ଥାଇ ବି ଅଫିସରଙ୍କୁ କଲେ ଅପେକ୍ଷା

ମଧ୍ୟପ୍ରଦେଶ ପୋଲିସର ଲଜ୍ଜାଜନକ ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ୨୨ ବର୍ଷର ଜଣେ ଯୁବତୀ ଆତ୍ମହତ୍ୟା କରିବା ପାଇଁ ନିଜ ଉପରେ କିରୋସିନ ଢାଳି ଛଟପଟ ହେଉଥିଲେ । କିଛି ସମୟ ପରେ ପୋଲିସ୍ ଉକ୍ତ ସ୍ଥାନରେ ପହଁଚିଗଲେ, କିନ୍ତୁ ପୋଲିସ ଝିଅଟିକୁ ବଞ୍ଚାଇବା ବଦଳରେ ନିଜେ ବାହାରେ ବସି ଏହି ଦୃଶ୍ୟକୁ ଦେଖିବାକୁ ଲାଗିଲେ ଏବଂ କାହାରିକୁ ମଧ୍ୟ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ । ପ୍ରାୟ ୩ ଘଣ୍ଟା ପରେ ଏଫଏସଏଲର ଟିମ୍ ଉକ୍ତ ସ୍ଥାନରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳକୁ ଯୁବତୀଜଣକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ନିଆଁରେ ଜଳିଥିଲେ ।

mp policeସୂଚନା ମୁତାବକ ଘଟଣା ସମୟରେ ଉପସ୍ଥିତ ଥିବା ପୋଲିସ୍ ଏଫଏସଏଲ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ ଏବଂ ଦୀର୍ଘ ୩ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ନିଆଁରେ ଜଳିଥିଲା ପୀଡିତା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଯୁବତୀଙ୍କ ୨ ବର୍ଷ ତଳେ ହିଁ ବିବାହ ହୋଇଥିଲା । ପଡୋଶୀଙ୍କ କହିବାନୁସାରେ , ସୂଚନା ପାଇବା କ୍ଷଣି ପୋଲିସକୁ ଡକାଯାଇଥିଲା । ଏହା ପୂର୍ବରୁ ପଡୋଶୀ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ ।

ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଝିଅଟିକୁ ବଞ୍ଚାଇବା ପାଇଁ କୌଣସି ଚେଷ୍ଟା କରାଯାଇନାହିଁ ଯଦି ଠିକ୍ ସମୟରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥାନ୍ତା ତେବେ ତାଙ୍କୁ ବଂଚାଯାଇପାରିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.