Below header

ଡେପୁଟି କଲେକ୍ଟରଙ୍କ ବାତ ଚିକିତ୍ସା, ମିରଗି ରୋଗୀଙ୍କୁ ଜୋତା ଶୁଙ୍ଘାଇ ଭଲ କରିବାକୁ ପ୍ରଚେଷ୍ଟା

ମିରଗି ବା ବାତ ରୋଗର ଉପଷମ ଜୋତା ଶୁଙ୍ଘା ଉପଚାର। ଆଗକାଳରେ ରହିଆସିଛି କୌଣସି ଲୋକକୁ ଯଦି ବାତ ମାରେ ତେବେ ତାକୁ ଜୋତା ଶୁଙ୍ଘାଇଲେ ତାହା ଭଲ ହୋଇଯାଏ। ବେଳେବେଳେ ଲୋକଙ୍କର ଏହି ଉପଚାରରେ ବାତ ରୋଗ ଭଲ ମଧ୍ୟ ହୋଇଯାଇଛି। ଏଥିପାଇଁ ଲୋକଙ୍କ ମନରେ ଏଭଳି ଧାରଣା ରହିଯାଇଛି କି ବାତ ମାରିଲେ ଜୋତା ଶୁଙ୍ଘାଇଲେ ସେଥିରୁ ଆରୋଗ୍ୟ ମିଳିଥାଏ। କିନ୍ତୁ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କୁହନ୍ତି। ରବିବାର ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ମାଲକାନାଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ଵାଡା ଜିଲ୍ଲାର ଡବରା ଅଞ୍ଚଳରେ ୩୦୦ ଯୋଡିଙ୍କର ସାମୂହିକ ବିବାହ ଅନୁଷ୍ଠିତ ହେଉଥିଲା। ତେବେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବର ଅଚେତ ହୋଇପଡିଥିଲେ। ତାଙ୍କ ମୁହଁରୁ ଫେଣ ବାହାରୁଥିବାର ଦେଖି ସେଠାରେ ଉପସ୍ଥିତ ଡେପୁଟୀ କଲେକ୍ଟର ଅଭିଷେକ ଅଗ୍ରୱାଲ ତାଙ୍କ ଜୋତା ଖୋଲି ବରକୁ ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।

ଆଉ ଏବେ ଡେପୁଟୀ କଲେକ୍ଟରଙ୍କ ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ କରିଥିବା ଉପଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜିକା ଡାକ୍ତିରୀ ଯୁଗରେ ବି ଡେପୁଟୀ କଲେକ୍ଟର ଭଳି ଜଣେ ଉଚ୍ଚଅଧିକାରୀ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଏପରି ଉପଚାର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଉଚ୍ଚଅଧିକାରୀ ହେବା ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ହୁଏତ ସେ ଏଭଳି କରିଛନ୍ତି।
ଜଗଦଲପୁରର ଜଣେ ମେଡିସିନ୍‌ ଷ୍ପେସାଲିଷ୍ଟ କହିଛନ୍ତି ଯେ ଏହା ପୂରାପୂରି ଅନ୍ଧବିଶ୍ୱାସ ଅଟେ। ବାତ ବାରିଥିବା ଲୋକକୁ ଜୋତା-ପିଆଜ, ଚାବି କିମ୍ବା ଲୁହା ଜିନିଷ ମୁହଁରେ ରଖିବା ଦ୍ୱାରା କିଛି ବି ହୋଇନଥାଏ। ବରଂ ଏଭଳି ଘଟଣାରେ ରୋଗୀକୁ ଖୋଲା ପବନରେ ଶୋଆଇବା ଉଚିତ। ଏହାର ଚାରି ପାଞ୍ଚ ମିନିଟରେ ରୋଗୀ ଆପେ ଆପେ ହିଁ ଠିକ୍‌ ହୋଇଯିବେ।

mirgiଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବାତ କାହାକୁ ବି ହୋଇପାରେ। ଅନେକ ଲୋକଙ୍କର ଧାରଣା ଯେ ମସ୍ତିଷ୍କରେ ଚାପ ପଡିଲେ ବାତ ହେବାର ଭୟ ରହିଥାଏ କିନ୍ତୁ ଏହା ସତ ନୁହେଁ। କାହିଁକି ନା ଅନେକ ଲୋକଙ୍କର ମସ୍ତିଷ୍କ ସକ୍ରୀୟ ଭାବରେ ଚାଲିଥିଲେ ମଧ୍ୟ ସୁସ୍ଥ ରହିଥାଏ। ମାନସିକ ଚିନ୍ତା କିମ୍ବା ଅବସାଦରେ ବାତ ବା ମିରଗି ହୋଇନଥାଏ। ଜଣେ ସାଧାରଣ ମଣିଷ, ହସୁଥିବା-ଖେଳୁଥିବା ଲୋକଙ୍କୁ ମଧ୍ୟ ବାତ ମାରିପାରେ। ଅଧିକ ପରିଶ୍ରମ କରିବା ଏବଂ ଥକାରୁ ମଧ୍ୟ ବାତ ମାରିନଥାଏ, କାହିଁକିନା ଏହା ଆରାମ କରୁଥିବା ଲୋକଙ୍କୁ ମଧ୍ୟ ହୋଇଥାଏ। ଦୁର୍ବଳ ପତଳା ଲୋକଙ୍କୁ ମଧ୍ୟ ବାତ ମାରିନଥାଏ କାହିଁକି ନା ସୁସ୍ଥସବଳ ପହିଲବାନଙ୍କୁ ମଧ୍ୟ ବାତ ମାରିପାରେ। ଏହା କୌଣସି ମାଂସାହାରୀ ଲୋକଙ୍କୁ ନୁହେଁ ବରଂ ଶାକାହାରୀଙ୍କୁ ମଧ୍ୟ ସେତିକି ସମ୍ଭାବନା ଥାଏ ବାତ ରୋଗର।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବାତ ମାରିବାର କିଛି ସେକେଣ୍ଡରୁ ନେଇ ଦୁଇ-ତିନି ମିନିଟ୍‌ ପର୍ଯ୍ୟନ୍ତ ଏହା ରହିଥାଏ। ଯଦି ଏହା ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ତେବେ ଡାକ୍ତରଙ୍କ ପାଖକୁ ନେବା ଜରୁରୀ। ଅନେକ ମାମଲାରେ ବାତ ମାରିବାର ସ୍ଥିତି ପୁରୁଷ ତୁଳନାରେ ମହିଳାଙ୍କୁ ଅଲଗା ଭାବରେ ହୋଇଥାଏ। ଦୁହିଁଙ୍କ ମଧ୍ୟରେ ମହିଳା ଏବଂ ପୁରୁଷଙ୍କର ଶାରୀରିକ ଏବଂ ସାମାଜିକ ପାର୍ଥକ୍ୟ ରହିଥାଏ।

bataଯେତେବେଳେ ରୋଗୀଙ୍କୁ ଏହି ବାତ ଲାଗିଥାଏ କିମ୍ବା ସେ ବେହୋସ ହୋଇଯାନ୍ତି କିମ୍ବା ଝଟକା ଆସୁଛି ତେବେ ତାଙ୍କୁ ସଫା ଏବଂ ନରମ ସ୍ଥାନକୁ ନେଇ ଖଟରେ ଶୁଆଇ ମୁଣ୍ଡ ତଳେ ତକିଆ ଲଗାଇ ପୋଷାକକୁ ଢ଼ିଲା କରିଦେବା ସହିତ ମୁହଁରୁ ବାହାରିଥିବା ଲାଳ ବା ଫେଣକୁ ସଫା ରୁମାଲରେ ପୋଛି ଦିଅନ୍ତୁ। କିନ୍ତୁ ବାତ ଲାଗିବାର ସମୟ ଏବଂ ତାର ଅନ୍ତରାଳକୁ ଧ୍ୟାନରେ ରଖିବା ଜରୁରୀ। ସାଧାରଣତଃ ବାତ ମାରୁଥିବା ଲୋକଙ୍କୁ ଦେଖିଲେ ଭୟାନକ ଲାଗିଥାଏ କିନ୍ତୁ ବାସ୍ତବରେ ଏହା ସେତେ ଭୟଙ୍କର ହୋଇନଥାଏ। ବାତ ଲାଗିବା ସମୟରେ ଆଉ କିଛି କାମ କରିବା ଉଚିତନୁହେଁ, ଦେଖିବେ ଉପରିସ୍ଥ କାମକୁ କରି ସ୍ଥିର ରହିଲେ ପୀଡିତ ବ୍ୟକ୍ତି ଆପେ ଆପେ ଠିକ୍‌ ହୋଇଯିବେ।

କଣ କରିବା ଅନୁଚିତ?

ଏହା ଧ୍ୟାନ ରଖନ୍ତୁ ରୋଗୀଙ୍କୁ କେବେବି ଜୋତା କିମ୍ବା ପିଆଜ ସୁଙ୍ଘାଇବା ଉଚିତନୁହେଁ। ଏହା ଏକଦମ୍‌ ଅନ୍ଧବିଶ୍ୱାସ ଅଟେ ଏବଂ ଗନ୍ଧ ଏବଂ କୀଟଣୁ ବ୍ୟାପିବାର ମଧ୍ୟ ଆଶଙ୍କା ରହିଥାଏ। ଏହି ସମୟରେ ପାଦ ଏବଂ ଗୋଡକୁ ମାଡିବା ଉଚିତ ନୁହେଁ ଏବଂ ହାତକୁ ମଧ୍ୟ ମାଲିସ୍‌ କରିବା ଅନୁଚିତ। କାହିଁକିନା ମାଡିବା ବା ଚାପିବା ଦ୍ୱାରା ବାତ କମିନଥାଏ ବରଂ ଆଘାତ ପାଇବାର ଭୟ ରହିଥାଏ। ରୋଗୀଙ୍କ ମୁହଁରେ କିଛି ବି ଭର୍ତ୍ତି କରିବା ଉଚିତ ନୁହେଁ। ଯଦି ଦାନ୍ତ ମଝିରେ ଜିଭ ଫସିଯାଇଥାଏ ତାହାଲେ ଆଙ୍ଗୁଳି ସାହାଯ୍ୟରେ ବାହାର କରନ୍ତୁ ନଚେତ ଦାନ୍ତ ପଡିଯିବା କାରଣରୁ ଜିଭ କଟିଯିବାର ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.