Below header

ଇଏ ମା’ ଉଗ୍ରତାରାଙ୍କ ମହିମା ନୁହେଁ ତ ଆଉ କ’ଣ? ଅଳଙ୍କାର ଲୁଟିଲେ ଚୋର, ହେଲେ ଫିଙ୍ଗି ଦେଇଗଲେ

ମା ଉଗ୍ରତାରାଙ୍କ ମନ୍ଦିରରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଟାଙ୍ଗି ପୋଲିସ୍ । ଓଡ଼ିଶାର ପ୍ରସିଦ୍ଧ ମା ଉଗ୍ରତାରା ମନ୍ଦିରରୁ ମାଙ୍କ ଗହଣା ଲୁଟ୍ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ୨ ଣଙ୍କୁ ଗିରଫ କରିବା ସହ ମାଙ୍କ ଗହଣା ଜବତ କରିବାରେ ସଫଳ ହୋଇଛି ଟାଙ୍ଗି ପୋଲିସ୍ ।

ଟାଙ୍ଗି(କେନ୍ୟୁଜ୍): ମା ଉଗ୍ରତାରାଙ୍କ ମନ୍ଦିରରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଟାଙ୍ଗି ପୋଲିସ୍ । ଓଡ଼ିଶାର ପ୍ରସିଦ୍ଧ ମା ଉଗ୍ରତାରା ମନ୍ଦିରରୁ ମାଙ୍କ ଗହଣା ଲୁଟ୍ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ୨ ଣଙ୍କୁ ଗିରଫ କରିବା ସହ ମାଙ୍କ ଗହଣା ଜବତ କରିବାରେ ସଫଳ ହୋଇଛି ଟାଙ୍ଗି ପୋଲିସ୍ ।

ତେବେ ଓଡିଶାର ପ୍ରତିଷ୍ଠିତ ତନ୍ତ୍ର ପୀଠ ଭାବେ ପରିଚିତ ମା ଉଗ୍ରତାରା ଦେବୀଙ୍କ ମନ୍ଦିର । ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝରସ୍ଥିତ ହାତିଆଶୁଣୀ ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ହୋଇଛନ୍ତି ମା’ ଉଗ୍ରତାରା । ତେବେ ଏହି ମନ୍ଦିରରେ ଗତ ଶନିବାର ଘଟିଥିଲା ଅଘଟଣ । ମନ୍ଦିରର ଗ୍ରିଲ୍‌ ଭାଙ୍ଗି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମାଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ।

ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମା’ ଉଗ୍ରତାରାଙ୍କ ମହିମା ଏତେ ବିଖ୍ୟାତ ଯେ ଯିଏ ଶୁଣିବ ଚକିତ ହୋଇଯିବ । କୁହାଯାଏ କି, କିଛି ବର୍ଷ ପୂର୍ବେ ମା’ଙ୍କ ମନ୍ଦିରୁ ଏମିତି ଚୋରି ହୋଇଥିଲା । ତେବେ ଚୋରି କରିବା ଚୋରକୁ ପଡିଥିଲା ମହଙ୍ଗା । କେଜାଣି କଣ ହେଲା ନିଜେ ଚୋର ଗାଁ ଗାଁ ବୁଲି ସମସ୍ତଙ୍କ କବାଟ ବାଡେଇ କହିଥିଲା କି ସେ ହିଁ ଚୋର ଆଉ ମା’ଙ୍କ ଅଳଙ୍କାର ସେ ହିଁ ଚୋରି କରିଛି ବୋଲି ।

maa

ତେବେ ଏହାରି ଭିତରେ ପୁଣି ମା’ଙ୍କ ଅଳଙ୍କାର ଚୋରି ହୋଇଥିଲା । ଯାହାର ପରିଣାମ ବି ଏବେ ଆପଣଙ୍କ ସାମ୍ନାରେ । ଏକ ପ୍ରେସ ମିଟ୍‌ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି ଯେ, ଏହି ଲୁଟକୁ ଗୁରୁତର ସହ ନେଇ ବାଲୁଗାଁ ଏସଡିପିଓ ଇନଚାର୍ଜ ମିନାକ୍ଷୀ ଠାକୁରଙ୍କ ନେତୃତ୍ୱରେ ୩ଟିମ୍‌ ଗଠନ କରାଯାଇଥିଲା । ଟାଙ୍ଗି ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ତତ୍ୱବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା।

ଏହା ପରେ ଲୁଟେରା ମାନେ ମାଙ୍କ ଗହଣାକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଥିଲା । ପୋଲିସ ଜଙ୍ଗଲରୁ ଗହଣା ଜବତ କରିବା ସହ ସେମାନଙ୍କ ଠାରୁ ଏକ ମଟର ସାଇକେଲ ଜବତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯକ୍ତ ହେଲେ ନିରାକାରପୁର ଅଞ୍ଚଳର ନିତେଇ ଓରଫ ବାଇଧର ପ୍ରଧାନ ଓ ଛବି ଓରଫ ସୁକାନ୍ତ ପ୍ରଧାନ । ସେମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ଅନେକ ଚୋରି ମାମଲା ସହ ଟ୍ରେନ୍‌ ରେ ମୋବାଇଲ ଚୋରି ମାମଲା ମଧ୍ୟ ରହିଛି।

ମା ଉଗ୍ରତାରା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଭକ୍ତଙ୍କ ଡାକ ଶୁଣି ମନ ଜାଣି ଫଳ ଦିଅନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି। ତେଣୁ ଚୋରି କରିବି ଚୋରମାନେ ନେଇପାରୁ ନାହାନ୍ତି ମା’ଙ୍କ ଅଳଙ୍କାର । ଏ ମା’ଙ୍କ ମହିମା ନୁହେଁ ତ ଆଉ କଣ । ଏହି ଘଟଣା ପରେ ଆଗକୁ କେହିବି ଚୋର ଆଉ ସାହସ କରିବେନି ମା ଉଗ୍ରତାରା ଦେବୀଙ୍କ ପୀଠରୁ ଚୋରି କରିବାକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.