ବିବାହର ୧୮ ବର୍ଷରେ ପତ୍ନୀଙ୍କୁ ଠାରୁ ଅଲଗା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପତ୍ନୀ ସୋଫି ଗ୍ରେଗୋଆରଙ୍କ ମଧ୍ୟରେ ବିବାହ ବିଚ୍ଛେଦ । ୧୮ ବର୍ଷ ବାହାଘର ପରେ ଦୁହେଁ ଅଲଗା ହେବା ନେଇ ଇନଷ୍ଟାଗ୍ରାମରେ ସେୟାର କରି ଜଣାଇଛନ୍ତି ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପତ୍ନୀ ସୋଫି ଗ୍ରେଗୋଆରଙ୍କ ଠାରୁ ବିବାହର ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଦୁହେଁ କହିଛନ୍ତି, ଅନେକ ଗୁରୁତ୍ବପୂର୍ଣ୍ଣ ଓ ଅସୁବିଧାଜନକ ଆଲୋଚନା ପରେ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

୫୧ ବର୍ଷୀୟ ଟୁଡୋ ଏବଂ ୪୮ ବର୍ଷୀୟ ପତ୍ନୀ ସୋଫି ୨୦୦୫ରେ ବିବାହ କରିଥିଲେ । ଏମାନଙ୍କର ୩ଟି ସନ୍ତାନ ରହିଛି । ୧୫ ବର୍ଷୀୟ ଜାଭିୟର୍, ୧୪ ବର୍ଷୀୟ ଇଲା ଗ୍ରେସ୍ ଓ ୯ ବର୍ଷୀୟ ଆଦ୍ରିଏନ୍। ୨୦୦୩ରେ ସୋଫି ଟେଲିଭିଜନ୍ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଡେଟିଂ ଆରମ୍ଭ ହୋଇଥିଲା।

ବିଶ୍ବସ୍ତ ପରିବାର ହୋଇ ରହିବା ସହିତ ସୋଫି ଓ ପ୍ରଧାନମନ୍ତ୍ରୀ ସେମାନଙ୍କ ସନ୍ତାନଙ୍କ ପାଇଁ ନିରାପଦ, ସ୍ନେହପୂର୍ଣ୍ଣ ଏବଂ ପାରସ୍ପରିକ ସହଯୋଗ-ସହାନୁଭୂତିସମ୍ପନ୍ନ ପରିବେଶରେ ଲାଳନପାଳନ ଉପରେ ଧ୍ୟାନ ଦେଇଥିଲେ। ଆସନ୍ତା ସପ୍ତାହରେ ହେବାକୁ ଥିବା ଛୁଟିରେ ସେମାନେ ସପରିବାର ଏକାଠି ହେବେ। ସେମାନଙ୍କ ଗୋପନୀୟତା ପ୍ରତି ସମ୍ମାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁରୋଧ କରାଯାଇଛି ।

 

View this post on Instagram

 

A post shared by Justin Trudeau (@justinpjtrudeau)

ସୋଫିଙ୍କୁ ୨୦୧୫ରେ ନ୍ୟୁୟର୍କ ପୋଷ୍ଟ ତରଫରୁ ଦୁନିଆର ସବୁଠାରୁ ହଟ୍‌ ଫାଷ୍ଟ ଲେଡି ହୋଇଥିଲେ । ନାରୀବାଦୀ ରାଜନୀତିକୁ ପ୍ରୋତ୍ସାହନ ଦେବାର ଶ୍ରେୟ ସୋଫିଙ୍କୁ ଯାଉଛି । ସୋଫି ସେଲିବ୍ରିଟି ସମାଚାର ଏବଂ ଘଟଣାକୁ କଭର କରୁଥିଲେ । ସୋଫି ଇଂଲିଶ ଏବଂ ଫ୍ରେଞ୍ଚ ଦୁଇଟି ଭାଷାରେ କଥା ହୋଇପାରନ୍ତି । ସୋଫି ପିଲାବେଳରୁ ଜଷ୍ଟିମ ଟ୍ରୁଡୋଙ୍କୁ ଜାଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.