ଯଦି ଯାତ୍ରା ସମୟରେ ହଠାତ ଆପଣଙ୍କ ଦେହ ବହୁତ ଖରାପ ହୋଇଯିବ ତେବେ ନିହାତି ଭାବେ ଏହି ନମ୍ବରକୁ କଲ କରନ୍ତୁ, ତୁରନ୍ତ ମିଳିବ ଚିକିତ୍ସା

ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ପ୍ରଥମେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆପଣ ତୁରନ୍ତ ରେଳ ହେଲ୍ପଲାଇନ ନମ୍ବର ୧୩୮ କୁ କଲ କରିବା ଉଚିତ୍ । ଏହା ସହିତ ଆପଣ ଏହି ସମସ୍ୟାର ସମାଧାନ ପାଇପାରିବେ ।

ଦୀର୍ଘ ଯାତ୍ରା ପାଇଁ ଟ୍ରେନ୍ ହେଉଛି ସବୁଠାରୁ ସହଜ ଓ ଭଲ ମାଧ୍ୟମ । ଏମିତିରେ ଥରେ ଭାବନ୍ତୁ ଆପଣ ବି ଦୂର ସ୍ଥାନକୁ ଯିବା ପାଇଁ ବାହାରିଛନ୍ତି କିନ୍ତୁ ହଠାତ୍ ଟ୍ରେନରେ ଆପଣଙ୍କର ଦେହ ଖରାପ ହୋଇଯିବ ତେବେ କ’ଣ କରିବେ ? ଅଧା ବାଟରେ ତ ଆଉ ଟ୍ରେନ କୁ ରୋକି ହେବନି .. କି ଟ୍ରେନ ରେ ସେଭଳି ଗୁରୁତର ଚିକିତ୍ସା ପାଇଁ କିଛି ବ୍ୟବସ୍ଥା ମଧ୍ୟ ନାହିଁ। ଅତୀତରେ ଅନେକ ଥର ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ଅସୁସ୍ଥତା ଓ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଅନେକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ବିଷୟରେ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏହି ଜରୁରୀ ଖବର। ଆପଣ ଟ୍ରେନ କୁ ନେଇ ନୂଆ ନୂଆ ଅପଡେଟ ଆମ ଚାନେଲ ରେ ଜାଣିବାକୁ ପାଉଥିବେ କିନ୍ତୁ ଏଥର ଜାଣନ୍ତୁ ଟ୍ରେନ ରେ ଥିବା ସମୟରେ ଦେହ ଖରାପ ହେଲେ ଆପଣ କଣ କରିବେ ..

ବାରମ୍ବାର ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ସୂଚନା ବହୁତ ଜରୁରୀ । ପାଣିପାଗର ପରିବର୍ତ୍ତନ ହେତୁ ଲୋକମନେ ଅସୁସ୍ଥ ହେବାର ଆଶଙ୍କା ବଢିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଠିକ୍ ସମୟରେ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ । ଏପରି ଅନେକ ମାମଲା ସାମ୍ନାକୁ ମଧ୍ୟ ଆସିଛି, ଯେତେବେଳେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଏ ଓ ଚିକିତ୍ସା ପାଇଁ ଠିକ୍ ସମୟରେ ସାହାଯ୍ୟ ନ ମିଳିବାରୁ ସେ ମୃତ୍ୟୁ ବରଣ କରିଥାଏ । ଯଦି ଆପଣ ଏଭଳି ସ୍ଥିତିରେ ପଡ଼ନ୍ତି, ତେବେ ଆପଣ କିଛି ପଦକ୍ଷେପ ନେବା ଉଚିତ୍ ।

ଟ୍ରେନରେ ଅସୁସ୍ଥ ହେଲେ ପ୍ରଥମେ କରନ୍ତୁ ଏହି କାମ :

-ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ପ୍ରଥମେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆପଣ ତୁରନ୍ତ ରେଳ ହେଲ୍ପଲାଇନ ନମ୍ବର ୧୩୮ କୁ କଲ କରିବା ଉଚିତ୍ । ଏହା ସହିତ ଆପଣ ଏହି ସମସ୍ୟାର ସମାଧାନ ପାଇପାରିବେ ।

-୧୩୮ କୁ କଲ କରିବା ସମୟରେ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ 9794834924 କୁ ମଧ୍ୟ କଲ କରିପାରିବେ ।

-ଟ୍ରେନରେ ଥିବା ଟିକେଟ୍ ଚେକର୍ (ଟିଟିଇ) କିମ୍ବା କଣ୍ଡକ୍ଟରଙ୍କୁ ମଧ୍ୟ ଯାତ୍ରୀଙ୍କ ସ୍ଥିତି ବିଷୟରେ ତୁରନ୍ତ ସୂଚନା ଦେବା ଉଚିତ୍ ।

-ଆପଣ ଟ୍ୱିଟରରେ IRCTC ଟ୍ୟାଗ୍ କରିପାରିବେ ଓ ଆପଣଙ୍କର ସ୍ଥିତି ବିଷୟରେ ରେଳବାଇକୁ ଜଣାଇବା ପାଇଁ ଆପଣଙ୍କର PNR ଏବଂ ଅନ୍ୟାନ୍ୟ ବିବରଣୀ ଦେଇପାରିବେ ।

ଆଧୁନିକ ବ୍ୟବସ୍ଥା ଅଧୀନରେ ଟ୍ରେନରେ ଏକ ଭିନ୍ନ ବିଭାଗରେ ଡାକ୍ତରଙ୍କ ବ୍ୟବସ୍ଥା ରହିଛି, ଯାହାଫଳରେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପାଇପାରିବେ । ଏହା ସମ୍ପର୍କରେ ଆପଣ ଯାଣିନିଅନ୍ତୁ । ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ୧୬୨ ଟ୍ରେନରେ ନୂତନ ମେଡିକାଲ ବାକ୍ସ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଥିରେ ୫୮ ପ୍ରକାରର ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଏହା ଯାତ୍ରୀମାନଙ୍କ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରିବା ପାଇଁ କରାଯାଇଛି ।
ଏହାକୁ ଅନୁସରଣ କରି ପରବର୍ତ୍ତୀ ଷ୍ଟେସନରେ ଉପସ୍ଥିତ ଥିବା ଡାକ୍ତର ଆପଣଙ୍କ ସେବା ପାଇଁ ପ୍ରସ୍ତୁତ ରହିବେ । ତେବେ ମନେ ରଖନ୍ତୁ ଟ୍ରେନରେ ଡାକ୍ତର ଡାକିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ, କାରଣ ଏହାର ଫି ବର୍ତ୍ତମାନ ୫ ଗୁଣ ବୃଦ୍ଧି କରାଯାଇଛି । ତେଣୁ ଏହାକୁ ନେଇ ଆଗରୁ ସଜାଗ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.