Below header

ଏହି ସ୍କୁଲରେ ପିଲା ନୁହେଁ, ଶିକ୍ଷକ ଛୁଇଁଥାନ୍ତି ପିଲାଙ୍କ ପାଦ ! ଜାଣନ୍ତୁ କାହିଁକି ଚାଲିଆସିଛି ଏଭଳି ବିଚିତ୍ର ପରମ୍ପରା

ହିନ୍ଦୁ ଧର୍ମରେ ଗୁରୁଜନମାନଙ୍କ ପାଦ ଛୁଇଁବା ସମ୍ମାନର ପ୍ରତୀକ ହୋଇଥାଏ। ଏହା ବଦଳରେ ଲଘୁଜନମାନଙ୍କୁ ଆଶୀର୍ବାଦ ମିଳିଥାଏ। ପ୍ରାଚୀନ କାଳରେ ଆମ ଦେଶରେ ଗୁରୁଙ୍କୁ ଭଗବାନଙ୍କଠାରୁ ବି ଉଚ୍ଚ ଆସନରେ ବସାଯାଉଥିଲା। ଏହି କାରଣରୁ ଗୁରୁଙ୍କ ଗୋଡ଼ ଛୁଇଁ ତାଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଏବେ ବି ରହିଆସିଛି।

2

କୁହାଯାଏ କି, ଗୁରୁଙ୍କ ଗୋଡ଼ ଛୁଇଁଲେ, କେବଳ ଗୁରୁ ନୁହେଁ, ବରଂ ଭଗବାନଙ୍କଠୁ ବି ଅସୀମ କୃପା ମିଳିଥାଏ। କିନ୍ତୁ ମୁମ୍ବାଇରେ ଏମିତି ଏକ ସ୍କୁଲ ଅଛି, ଯେଉଁଠି ଠିକ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଶିକ୍ଷକ ନିଜ ଛାତ୍ରମାନଙ୍କ ପାଦ ଛୁଇଁଥାନ୍ତି। ସବୁଦିନ ସକାଳେ ଏହି ପରମ୍ପରା ଋଷିକୂଳ ଗୁରୁକୂଳ ବିଦ୍ୟାଳୟରେ ଦେଖିବାକୁ ମିଳେ।

ଭାରତରେ ପିଲାମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ଏଥିପାଇଁ ସେମାନଙ୍କ ଗୋଡ଼ ଛୁଇଁବା ଭଗବାନଙ୍କ ସମ୍ମୁଖରେ ମୁଣ୍ଡିଆ ମାରିବା ସହ ସମାନ। ସେପଟେ ଗୁରୁକୂଳରେ ଚାଲିଆସୁଥିବା ଏହି ପରମ୍ପରାରୁ ଶିକ୍ଷକମାନଙ୍କ ପ୍ରତି ବି ସମ୍ମାନର ଭାବନା ବଢ଼ିଯାଇଛି। ଶିକ୍ଷକମାନେ ଏଠାରେ ପିଲାମାନଙ୍କଠାରୁ ଆଶୀର୍ବାଦ ମାଗିଥାନ୍ତି।

3

ସେମାନଙ୍କ ବିଶ୍ୱାସ ଯେ ଏମିତି କରିବା ଦ୍ୱାରା ଛାତ୍ରମାନଙ୍କୁ ଗୁରୁଙ୍କୁ ସମ୍ମାନ ଦେବାର ପ୍ରେରଣା ମଧ୍ୟ ମିଳିପାରିବ। ଏହି ସ୍କୁଲ ଘାଟକୋପରରେ ସଂଚାଳିତ ହେଉଛି, ଯାହାକି ମହାରାଷ୍ଟ୍ର ରାଜ୍ୟ ସେକେଣ୍ଡାରୀ ବୋର୍ଡ ସହିତ ଜଡ଼ିତ। ଏହି କୋ-ଏଡ ସ୍କୁଲ ଏବେ ଭଡ଼ା ଘରେ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.