ଯାଜପୁର: କ୍ୱାରେଣ୍ଟାଇନେ ସେଣ୍ଟରରେ ଅନ୍ତେବାସୀଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ, ଭଜନ ଓ ଆଧୁନିକ ଗୀତରେ ଝୁମିଲେ ପ୍ରବାସୀ ଓଡ଼ିଆ

ଯାଜପୁର (କେନ୍ୟୁଜ): କରୋନା ପାଇଁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ଏବେ ଦିନ କାଟୁଛନ୍ତି ପ୍ରବାସୀ ଓଡ଼ିଆ। ସେମାନଙ୍କ ସୁବିଧା ପାଇଁ ନାନା ପଦକ୍ଷେପ ନିଆଯାଉଛି। ତେବେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ପଞ୍ଚାୟତର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି।

ଏଠାରେ ରହୁଥିବା ଅନ୍ତେବାସୀମାନଙ୍କ ମନୋବଳ ସୁଦୃଢ କରିବା ସହ ମନରେ ସକାରାତ୍ମକ ଭାବନାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ସରପଞ୍ଚଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କଣ୍ଠଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ। ସମାଜିକ ଦୂରତ୍ୱ ବଜାୟ ରଖାଯିବା ସହ ଆଧୁନିକ ଓ ଭଜନ ଗୀତରେ ଝୁମି ଉଠିଥିଲେ ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.