ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କଲେ ଭାରତୀୟ ସୁରକ୍ଷା ବାହିନୀ

ଜାମ୍ମୁ କାଶ୍ମୀରର ପୁଲବାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ହେବାକୁ ଥିବା ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷା ବଳ । ପୁଲବାମାର ଆଇନ୍ରୁକୁଣ୍ଡ ଅଞ୍ଚଳରେ ଏକ ସେଣ୍ଟ୍ର ଗାଡ଼ିରେ ଆଇଇଡ଼ି ଭର୍ତ୍ତି କରି ନିଆ ଯାଉଥିବା ବେଳେ ତାହାକୁ ଜବତ କରିଛନ୍ତି ଭାରତୀୟ ସୁରକ୍ଷା ବଳ । ଏହି ଗାଡିର ନମ୍ବର ପ୍ଲେଟରେ କଠୁଆ ଅଂଚଳର ନମ୍ବର ଲେଖାଯାଇଥିବା ସୂଚନା ମିଳିଛି । ଆଇଡ଼ି ପରି ବିସ୍ଫୋରକ ନିଆ ଯାଉଥିବା ଗାଡ଼ିରେ ଜେକେ – ୦୮୧୪୨୬ ଲେଖାଯାଇଥିବା ଜଣାଯାଇଛି । କାର ଟିରେ ଅଧିକ ପରିମାଣରେ ବିସ୍ଫୋରକ ପଦାର୍ଥ ନିଆଯାଉଥିବାରୁ ସେଗୁଡିକୁ ନଷ୍ଟ କରି ଦେଇଛନ୍ତି ସୁରକ୍ଷା ବଳ । ଏକାଠି ଏତେ ମାତ୍ରାରେ ବିସ୍ଫୋଠକ ପଦାର୍ଥ ମିଳିବା ପଛରେ ଆତଙ୍କବାଦୀଙ୍କ କୌଣସି ବଡ ଧରଣର ଚକ୍ରାନ୍ତ ରହିଛି ବୋଲି ଦାବି କରିଛନ୍ତି ଭାରତୀୟ ସୁରକ୍ଷା ବଳ ।

କହିରଖିବା ଉଚିତ ହେବକି, ଜାମ୍ମୁ ସମଭାଗର କାଠୁଆ ସୀମାନ୍ତ କ୍ଷେତ୍ରରେ ହିରାନଗର ଅଞ୍ଚଳରେ ଅଧିକାଂଶ ସମୟରେ ପାକିସ୍ଥାନୀ ଆତଙ୍କବାଦୀ ମାନେ ଭାରତ ସୀମାରେ ପଶିବାକୁ ଚେଷ୍ଟା କରିଥାନ୍ତି । ଏହି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । କହି ରଖିବା ଉଚିତ ହେବକି , ଗତ ବର୍ଷ ଫେବୃଆରୀ ମାସରେ ପୁଲବାମା ଆତଂକବାଦୀ ଘଟଣାରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ । ଏହା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ସ୍ଥିତ ବାଲାକୋଟ ଠାରେ ଏୟାର ଷ୍ଟ୍ରାଇକ କରାଯାଇଥିବା ବେଳେ ଏଥିରେ ବହୁ ସଂଖ୍ୟକ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.