ରାଜ୍ଯରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ଯରେ ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ଯାଜପୁରରୁ ୨୫ଜଣ,ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ,ସମ୍ବଲପୁର ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି ।

ସୂଚନା ଥାଉକି, ଆଜି ପୁଣି ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏବାବଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରିଣ୍ଟିଂନ ସେଣ୍ଟରରେ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.