Below header

ଆର ସପ୍ତାହରେ ଭାରତୀୟ ବଜାରରେ Samsung ଲଞ୍ଚ କରିବ ଦୁଇ ଦୁଇଟି ଦମଦାର ସ୍ମାର୍ଟଫୋନ, ଜାଣି ରଖନ୍ତୁ କଣ ରହିଛି ଫିଚର୍ସ ଓ ସ୍ପେସିଫିକେସନ

କୋରିଆନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନ ଗାଲାକ୍ସି ଏମ 01 ଓ ଗାଲାକ୍ସି ଏମ 11କୁ ଆଗାମୀ ସପ୍ତାହରେ ଲଞ୍ଚ କରିବାକୁ ଯାଉଛି । ୟୁଜର୍ସଙ୍କୁ କମ୍ପାନୀର ଏହି ନୂଆ ସେଟରେ ଦମଦାର କ୍ୟାମେରା, ଏଚଡ଼ି ଡିଷ୍ପ୍ଲେ ସମେତ ପାୱାରଫୁଲ ପ୍ରୋସେସରର ସପୋର୍ଟ ମଧ୍ୟ ମିଳିବ । କିନ୍ତୁ ଏଯାବତ କମ୍ପାନୀ ପକ୍ଷରୁ ଲଂଚିଙ୍ଗ ତାରିଖ ନେଇ କୌଣସି ପ୍ରକାର ଖୁଲାସା କରାଯାଇନାହିଁ ।   କମ୍ପାନୀ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଲଞ୍ଚ କରିବାକୁ ଥିବା ଏହି ଦୁଇ ଫୋନର ମୂଲ୍ୟ ୧୦,୦୦୦ ଟଙ୍କା ଓ ୧୫୦୦୦ ଟଙ୍କା ରଖିବା ନେଇ ସ୍ଥିର କରିଛି ।କହିରଖିବା ଉଚିତ ହେବକି, ଗତ ମାର୍ଚ୍ଚ ମାସରେ କମ୍ପାନୀ ନିଜ ଏହି ସ୍ମାର୍ଟଫୋନର ଫିଚର୍ସ ଗୁଡିକ ବିଷୟରେ କମ୍ପାନୀ ତରଫରୁ ଜାରି କରାଯାଇଥିଲା ।ଗ୍ୟାଲେକ୍ସି ଏମ ୧୧ରେ ୬.୪ ଇଞ୍ଚର ଏଚଡ଼ି ପ୍ଲସ ଓ – ଏଲ୍ସିଡ଼ି ଡିଷ୍ପ୍ଲେ ସୁବିଧା ଦିଆଯାଇଛି ।

 

 

Samsung Galaxy M11 and Galaxy M01 to Launch in India Before Galaxy ...

ଏହାର ରିଜୋଲୁସନ ପାଖାପାଖି ୧୫୬୦ X ୭୨୦ ପିକଶାଲା ପର୍ଯ୍ୟନ୍ତ ରହିବ । ଏହା ସହ ଏହି ଦୁଇ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୪୫୦ ପ୍ରୋସେସର ସପୋର୍ଟ ମିଳିପାରିବ | ଏହା ସହ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟାର କ୍ୟାମେରା ସେଟଅପ ସୁବିଧା ମଧ୍ୟ ରହିବ । ଯେଉଁଥିରେ ୧୩ ମେଗା ପିକଶାଲାର ପ୍ରାଇମେରୀ ଲେନ୍ସ ସମେତ 5 ମେଗା ପିକଶାଲା ଅଲଟ୍ରା ବାଇଣ୍ଡ ଆଙ୍ଗଲ ଲେନ୍ସ ଓ ୨ ମେଗା ପିକଶାଲା ଡେ଼ପଥ ସେନ୍ସର ସୁବିଧା ମଧ୍ୟ ରହିବ । ଏହି ଡିଭାଇସର ଫ୍ରଣ୍ଟରେ 8 ମେଗା ପିକସାଲ ସେଲ୍ଫି କ୍ୟାମେରା ସୁବିଧା ମଧ୍ୟ ରହିଛି । ସାମସଙ୍ଗ ଗ୍ୟାଲେକ୍ସି ଏମ ୧୧ କୁ ୩ ଯିବି ରାମ ଓ ୩୨ ଯିବି ଷ୍ଟୋରେଜ ଫ୍ୟାସିଲିଟି ସହିତ ହିଁ ବଜାରରେ ଲଞ୍ଚ କରାଯିବ । ଯେବେକି ଅନ୍ୟ ଟିକୁ ୪ ଜିବି ରାମ ଓ ୬ ୪ ଯିବି ଷ୍ଟୋରେଜ ଫ୍ୟାସିଲିଟି ସହିତ ବଜାରରେ ଛଡ଼ାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.