ଜଳେଶ୍ୱର : ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଘରେ ଥିଲେ ଆଉ ଜଣେ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ

ଜଳେଶ୍ୱର (କେ ନ୍ୟୁଜ୍‌) : ଆଜି ବଜ୍ରାଘାତରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆପାଳ ବ୍ଲକ୍ କେନ୍ଦୁଡିହା ଗ୍ରାମରେ ଯୁବକ ଉପେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଏହି ଯୁବକ ଜଣକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।
ତେବେ ଭୋଗରାଇ ବ୍ଲକ୍‌ର ଜଣେ ମହିଳା ଘରେ ଥିବା ବେଳେ ବଜ୍ରପାତ ଘଟି ମୃତ୍ୟୁମୁଖରେ ପଡ଼ିଛନ୍ତି । ତାଙ୍କ ନାଁ ଅନ୍ନପୂର୍ଣ୍ଣା ରଣା ଏବଂ ତାଙ୍କ ଘର ବଡ଼ପାହି ଗ୍ରାମରେ । ଆଜି ଦିନ ବେଳା ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଏହି ସମୟରେ ଜୋରରେ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.