ବିସ୍ତୀର୍ଣ୍ଣ ଜଳରାଶି ଭିତରେ ଲୁଚକାଳି ଖେଳେ ଏହି ମନ୍ଦିର, ଘୋଡ଼ାହାଡ଼ ଜଳ ଭଣ୍ଡାରରେ ଦେଖିବାକୁ ମିଳେ ଏହି ଅନନ୍ଯ ଦୃଶ୍ୟ

ବ୍ରହ୍ମପୁର:  ବିସ୍ତୀର୍ଣ୍ଣ ଜଳରାଶି । ଏହାର ମଧ୍ୟ ଭାଗରେ ଶୋଭା ପାଉଛି ମନ୍ଦିରଟିଏ । ଜଳ ଭଣ୍ଡାରର ଚତୁପାର୍ଶ୍ୱରେ ଜଙ୍ଗଲ ଓ ପାହାଡ଼ । ଦୂରରୁ ଦେଖିଲେ ଲାଗିବ ଯେପରି ଜଳ ଭଣ୍ଡାରେ ଗଛ ଲତା ଲାଖି ରହିଛି । ଆଉ ଟିକିଏ ନିରଖି ଚାହିଁଲେ ଦେଖାଯାଏ ମନ୍ଦିରଟିଏ । ହେଲେ ଜଳ ଭଣ୍ଡାରରେ ପାଣି ଭର୍ତ୍ତି ହେଲେ ବୁଡ଼ିଯାଏ ମନ୍ଦିର । ଆଉ ପାଣି କମିଗଲେ ଦେଖାଯାଏ ମନ୍ଦିର । ଏହା ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଜଳ ଭଣ୍ଡାରର କଥା ।

ଇତିହାସ ପୃଷ୍ଠାରୁ ଜଣାଯାଏ, ୧୬୬୧ ବେଳକୁ ଗଙ୍ଗ ବଂଶୀୟ ରାଜା ଅନ୍ତ ଅନଙ୍କ ଭୀମଦେବ ଏଠାରେ ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏବଂ ଏଠାରେ ଏକ ରାଜଧାନୀ ପ୍ରତିଷ୍ଠା କରିଥିଲେ । ଏହା ପରେ ରାଜ ଉଆସ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ୧୭୬୦ ପୁରୁଷୋତ୍ତମ ଅନଙ୍ଗ ଭୀମଦେବଙ୍କ ସମୟରେ ବ୍ରିଟିଶ୍ ମାନଙ୍କ ସହ ଯୁଦ୍ଧ ହୋଇଥିଲା । ବ୍ରିଟିଶ୍ ମାନେ ବାରମ୍ୱାର ଆକ୍ରମଣ ପରେ ଏଠାରେ ରାଜଧାନୀ ସୁରକ୍ଷିତ ନ ମଣିବାରୁ ଦିଗପହଣ୍ଡିକୁ ୧୮୦୬ ମସିହାରେ ରାଜ୍ୟ ସ୍ଥାନାନ୍ତର କରିଥିଲେ । ତେବେ ସେହି ସମୟରେ ଅଧା ରହିଗଲା ମନ୍ଦିର ନିର୍ମାଣ । ତିନି ଠାକୁରଙ୍କୁ ଦିଗପହଣ୍ଡି ରାଜ ବାଟିରେ ମନ୍ଦିର ତୋଳି ପୂଜା କରାଗଲା ।

temple ଏପରି ବର୍ଷ ବର୍ଷ ଜରାଜୀର୍ଣ୍ଣ ଅବସ୍ଥାରେ ଖୋଲା ଆକାଶ ତଳେ ମନ୍ଦିର ରହିଯାଇଥିବା ବେଳେ ୧୯୭୬ ମସିହାରେ ରାଜ୍ୟ ସରକାର ଏଠାରେ ତିଆରି କଲେ ଘୋଡ଼ାହାଡ଼ ଜଳ ଭଣ୍ଡାର । ଆଉ ସେହି ଦିନ ଠାରୁ ଅତଳ ତଳ ଜଳ ମଧ୍ୟରେ ଶୋଭା ପାଉଛି ମନ୍ଦିର । ଆଉ ଆଶ୍ଚର୍ଯ୍ୟ ଲାଗେ ବର୍ଷ ବର୍ଷ ପାଣି ମନ୍ଦିର ଥିଲେ ବି ସେପିରି ଚାଳିଶି ଫୁଟ୍ ର ମନ୍ଦିର ଅକ୍ଷୁର୍ଣ୍ଣ ଅବସ୍ଥାରେ ଦେଖିବାକୁ ମିଳୁଛି । ତେଣୁ ପତ୍ନତ୍ତତ୍ୱ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗବେଷକ ।

ଘୋଡ଼ହାଡ଼ ଡ୍ୟାମକୁ ଲାଗିରହିଛି ଗଞ୍ଜାମ ଜିଲ୍ଲ ପ୍ରସିଦ୍ଧ ଶୈବ ପୀଠ ଉଜ୍ଜଳେଶ୍ୱର । ଘୋଡ଼ହାଡ଼ ଡ୍ୟାମର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ପାଇଁ ବହୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିଥାନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଏଠାକୁ ଆସି ମନ୍ଦିର ସମ୍ପର୍କରେ ଓ ସୌନ୍ଦର୍ଯ୍ୟ ସମ୍ପର୍କରେ ଟୁଇଟ୍ କରିଛନ୍ତି । ତେଣୁ ରାଜ୍ୟ ସରକାର ଏହି ସ୍ଥାନର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।
ବର୍ଷ ପରେ ବର୍ଷ ବିତିଯାଇଛି ହେଲେ ଇତିହାସର ସ୍ୱାକ୍ଷରକୁ ଜୀବନ୍ତ କରି ତୋଳି ରଖିଛି ଏହି ଜଳରାଶି ମଧ୍ୟରେ ଥିବା ମନ୍ଦିରଟି ।

ବ୍ରହ୍ମପୁରରୁ ରବିନ୍ଦ୍ର ନାଥ ଡାକୁଆଙ୍କ ରିପୋର୍ଟ,କେନ୍ଯୁଜ୍

.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.