Below header

ଉଲଗ୍ନ ହୋଇ ଜେଲରୁ ଫେରାର ହେଲେ ୨୦୦ କଏଦୀ, ଚାହିଁକି ରହିଗଲେ ସେନା

ଆଫ୍ରିକା ଦେଶ ଉଗାଣ୍ଡା ଜେଲରୁ ଫେରାର ହୋଇଯିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଉଗାଣ୍ଡାରେ ୨୦୦ ଜଣ କଏଦୀ ଉଲଗ୍ନ ହୋଇ ଜେଲରୁ ଫେରାର ହୋଇଯାଇଛନ୍ତି। କୁହାଯାଉଛି ଯେ ଏହି କଏଦେମାନେ ପ୍ରଥମେ ଜେଲର ସୁରକ୍ଷାକର୍ମୀଙ୍କୁ କାବୁ କରିନେଲେ ଆଉ ତାଙ୍କରି ସାମ୍ନାରେ ପୋଷାକ ବାହାର କରି ଉଲଗ୍ନ ହୋଇ ଦୌଡି ପଳାଇଗଲେ।

prisonerଆପଣ ଏବେ ଭାବୁଥିବେ ଉଲଗ୍ନ ହୋଇ ଦୌଡି ପଳାଇବା ପଛର କାରଣ, ସାଧାରଣ ଭାବରେ ତ ଯାଇପାରିଥାନ୍ତେ? କଏଦୀମାନେ ଏଥିପାଇଁ ଉଲଗ୍ନ ହୋଇ ଫେରାର ହେଲେ କାରଣ କଏଦୀ ମାନଙ୍କୁ ହଳଦିଆ ରଙ୍ଗର ପୋଷାକ ପରିଧାନ କରାଯାଏ ଯାହାଦ୍ୱାରା ସେମାନଙ୍କ ମନରେ ଏହି ଡର ସବୁବେଳେ ଲାଗି ରହିଥାଏ ଯେ ସେନା ସେମାନଙ୍କୁ ସହଜରେ ଧରିନେଇପାରିବେ।

kaediଏହି କାରଣରୁ କଏଦୀମାନେ ନିଜ ନିଜର ପୌଷାକ ବାହାର କରି ଫୋପାଡିଦେଲେ। ଜେଲ ଭାଙ୍ଗିବାର ଏହି ଘଟଣା ଦେଶର ପୂର୍ବତ୍ତୋର ଇଲାକାରେ ହୋଇଛି। ସୁରକ୍ଷା ବଳ ଏବେ ଏହି କଏଦୀଙ୍କୁ ଖୋଜିବାରେ ଲାଗିପଡିଛି। ଜେଲରୁ ଫେରାର ହେବା ସମୟରେ କଏଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ମଧ୍ୟ ହୋଇଥିଲା। ଯେଉଁଥିରେ ଜଣେ ସୈନିକ ଏବଂ କଏଦୀଙ୍କର ନିଧନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.